କନକ ବ୍ୟୁରୋ : ଥାନାରେ ପଶି ଭଙ୍ଗାରୁଜା । ଗତକାଲି ବିଳମ୍ବିତ ରାତିରେ ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି। ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସ୍ଆଇ ଏମ୍ସିଏଚ୍ ମୁର୍ମୁଙ୍କ ସମେତ ୪ ପୁଲିସ ଗୁରୁତର ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍, ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି। ପ୍ରାୟ ଅଧଘଣ୍ଟା କାଳ ଥାନା ଭିତରକୁ ଢେଲା ପଥର ମାଡ଼ କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଥାନାରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
/kanak/media/post_attachments/wp-content/uploads/2019/03/sahoid.jpg)
ପୁଲିସ ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଭିଏସ୍ଏସ୍ ନଗରରେ ଜିଏଲ୍ କଲୋନିରେ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ସେଠାକାର ବାସିନ୍ଦା ତଥା ଯୁବ ନେତା ପ୍ରକାଶ ତ୍ରିପାଠୀ ମଧ୍ୟସ୍ଥତା କରିଥିଲେ। କିନ୍ତୁ ଚାଳକ ଦ୍ବୟ ତାଙ୍କୁ ପାଲଟା ଆକ୍ରମଣ କରିଥିଲେ। ଏଥିରେ ପ୍ରକାଶ ଆହତ ହୋଇଥିଲେ। ଏ ନେଇ ସେ ସହିଦ ନଗର ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାସ୍ଥଳରୁ ତିନି ଜଣଙ୍କୁ ପିସିଆରରେ ଥାନାକୁ ଆଣିଥିଲା। ଥାନା ସମ୍ମୁଖରେ ପିସିଆର୍ ପହଞ୍ଚିବା କ୍ଷଣି ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୮ରୁ ୧୦ଜଣ ଯୁବକ ପିସିଆର୍ ଭିତରେ ପଶି ଆକ୍ରମଣ ଉଦ୍ୟମ କରିଥିଲେ।
/kanak/media/post_attachments/wp-content/uploads/2019/03/sas.jpg)