ବିବାଦରେ ଶାହିଦ କପୁରଙ୍କ ଫିଲ୍ମ ! ଲାଗିଲା କାହାଣୀ ଚୋରି କରିବାର ଦୋଷ ।

35

ଶାହିଦ କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂ ପୁଣିଥରେ ଆରମ୍ଭ ହୋଇଯାଇଛି । କିନ୍ତୁ ଫିଲ୍ମର ସମସ୍ୟା ଏବେ ବି ଥମିବାର ନା ନେଉନାହିଁ । ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ରୁସ୍ତମର ଲେଖକ ବିପୁଲ ରାୱଲ ଫିଲ୍ମ ରାଇଟର୍ସ ଆସୋସିଏସନ ସହିତ ମିଶି ‘ବତ୍ତି ଗୁଲ ମିଟର ଚାଲୁ’ର ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂ, ଲେଖକ ସିଦ୍ଧାର୍ଥ ଏବଂ ଗରିମା ରାୱଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ବିପୁଲ ଫିଲ୍ମ ନିର୍ମାତାଙ୍କ ଉପରେ କାହାଣୀ ଚୋରି କରିବା ଏବଂ କ୍ରେଡିଟ ନ ଦେବାର ଆରୋପ ଲଗାଇଛନ୍ତି ।ଏହା ପୂର୍ବରୁ ଫିଲ୍ମ ପ୍ରଫିଟ ସେୟାରକୁ ନେଇ ବିବାଦରେ ଆସିଥିଲା । ରିପୋର୍ଟ ଅନୁସାରେ ବିପୁଲ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ୨୦୦୯ରେ ରୋଶନୀ ନାମରେ ଏକ ଟାଇଟଲ ରେଜିଷ୍ଟର କରିଥିଲେ । ଏହାପରେ ୨୦୧୬ ରେ ବିପୁଲ ଏହାର ଫାଇନାଲ ଡ୍ରାଫ୍ଟ ରେଜିଷ୍ଟର କରିଥିଲେ । ୨୦୧୭ରେ କ୍ରିଆର୍ଜ ଏଣ୍ଟରଟେନମେଣ୍ଟ ସହିତ ଏକ ଏଗ୍ରିମେଣ୍ଟ ସାଇନ କରିଥିଲେ ଏହାପରେ ଫିଲ୍ମର କାହାଣୀକୁ ଅନେକ କଳାକାରଙ୍କ ସହିତ ସେୟାର କରାଯାଇଥିଲା ।

ଶେଷରେ ଶାହିଦ ଏବଂ ଶ୍ରଦ୍ଧାଙ୍କୁ ଫିଲ୍ମ ପାଇଁ ସାଇନ କରାଯାଇଥିଲା । କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଫିଲ୍ମରେ କିଛି ପରିବର୍ତ୍ତନ ଚାହୁଁଥିବାରୁ ନିଜ ପସନ୍ଦର ଲେଖକଙ୍କ ନାମ ସ୍କ୍ରିନପ୍ଲେରେ ରଖିବା ପାଇଁ ନିର୍ଣ୍ଣୟ ନେଇଥିଲେ । ଫିଲ୍ମର ପ୍ରଥମ ଟ୍ରିଜରରେ ବିପୁଲଙ୍କ ନାମ ସାମ୍ନାକୁ ନଆସିବାରୁ ସେ ଏହି ଅଭିଯୋଗ ଆଣିଛନ୍ତି ।