ଦେଶର ସୁରକ୍ଷା ପାଇଁ ପ୍ରତିଦିନ ନିଜ ସଙ୍ଗେ ମୃତ୍ୟୁର ଛାଇ ନେଇ ସାଙ୍ଗରେ ଚାଲୁଥିବା ବୀର ଯବାନଙ୍କ ଋଣ ଶୁଝିବା ଅତି କଷ୍ଟକର । ଦେଶବାସୀଙ୍କ ସୁରକ୍ଷା ପାଇଁ ଜଣେ ଯବାନ ମଧ୍ୟ ନିଜ ଜୀବନକୁ ଖାତିର ନକରି ୨୦୧୩ ମସିହା ଜାନୁଆରୀ ମାସରେ ବୀରଗତି ପ୍ରାପ୍ତ କରିଥିଲେ । ନାଁ ତାଙ୍କର ସହିଦ୍ ହେମରାଜ୍ ତାଙ୍କ ସହ ଅନ୍ୟ ଜଣେ ଯବାନ୍ ସୁଧାକର ସିଂହ ମଧ୍ୟ ସହିଦ୍ ହୋଇଥିଲେ ।
ପାକିସ୍ଥାନୀ ସୈନ୍ୟ ଏହି ଦୁଇ ଯବାନଙ୍କୁ ବର୍ବରତାର ସହ ହତ୍ୟା କରିଥିଲେ । ସେହି ସମୟରେ ହେମରାଜଙ୍କ ହତ୍ୟାକୁ ନେଇ ରାଜନୀତି ଖୁବ୍ ସରଗରମ ରହିଥିଲା । କିନ୍ତୁ ଏହି ଘଟଣାକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ସହିଦ୍ ଙ୍କ ପତ୍ନୀଙ୍କୁ ସରକାରଙ୍କ ତରଫରୁ କୌଣସି ସହାୟତା ରାଶି ପ୍ରଦାନ କରାଯାଇନାହିଁ । ପତ୍ନୀ ଧର୍ମବତୀ ତିନି ସନ୍ତାନକୁ ଧରି ଏ ଅଫିସରୁ ସେ ଅଫିସ ଚକ୍କର କାଟୁଛନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି କି ହେମରାଜ୍ ଙ୍କ ପରିବାର ଯେଉଁ କ୍ୱାଟରରେ ରହୁଛନ୍ତି ତାହାକୁ ଖାଲି କରିବାକୁ ମଧ୍ୟ ନୋଟିସ୍ ମିଳିଛି ।
କେବଳ ଏତିକି ନୁହେଁ ସେନାରୁ ମିଳିଥିବା ୨୫ ଲକ୍ଷ ଟଙ୍କାରୁ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜାଲିଆତି ହୋଇଥିବା କଥା ମଧ୍ୟ ସେ କହିଛନ୍ତି । ଯେତେବେଳେ ଜଣେ ଯବାନ ତାଙ୍କୁ ୨୫ ଲକ୍ଷ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୧୫ ହଜାର ଟଙ୍କା ଦେଇ ଫାଙ୍କି ଦେଇଥିଲେ ।
ହେମରାଜଙ୍କ ପତ୍ନୀଙ୍କୁ ଏତେ ବି ପେନସନ୍ ମିଳୁନାହିଁ ଯେ ସେ ୩ ପିଲାଙ୍କ ପାଠପଢା ଖର୍ଚ୍ଚ ଉଠାଇପାରିବେ । ଏହି ଖବର ଶୁଣିବା ପରେ ଏକ ସାମାଜିକ ସଙ୍ଗଠନ ତାଙ୍କ ଝିଅର ପାଠପଢା ଖର୍ଚ୍ଚ ଉଠାଇବା ସହ ମାଗଣା ମେଡିକାଲ୍ ସେବା ଯୋଗାଇଦେବାକୁ କହିଛନ୍ତି । ଏବେ ପରିବାର ସରକାରଙ୍କ ସହାୟତାକୁ ଅପେକ୍ଷା କରି ଦିନ ବିତାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/x-4.jpg)
/kanak/media/post_attachments/wp-content/uploads/2019/01/xxxxx-230x300.jpg)
/kanak/media/post_attachments/wp-content/uploads/2019/01/martyr-hemraj-singh-family-52ced60c61905_exlst-300x224.jpg)
/kanak/media/post_attachments/wp-content/uploads/2019/01/15_32_210238346hemraj-ll-300x162.jpg)