କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ସହଦେବ । ବଚପନ୍ କା ପ୍ୟାର୍ ଗୀତ ଗାଇ ରାତାରାତି ସୋସିଆଲ ମିଡ଼ିଆର ସେନସେସନ ପାଲଟିଥିଲେ ସହଦେବ । ଲଗାତାର କିଛି ଦିନ ଧରି ସୋସିଆଲ ମିଡ଼ିଆରେ ଛାଇ ହୋଇ ରହିଥିଲେ ସହଦେବ । ପିଲାଠୁ ବୁଢା ସମସ୍ତେ ଏହି ଗୀତ ଗୁଣୁ ଗୁଣାଉଥିଲେ । ଏପରିକି ସହଦେବଙ୍କୁ ନେଇ ପରବର୍ତ୍ତୀ ସମୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହା ମଧ୍ୟ ଏକ ଭିଡ଼ିଓ ସଙ୍ଗ ସୁଟ୍ କରିଥିଲେ । ବଚପନ୍ କା ପ୍ୟାର୍ ନାଁରେ ଏହି ଗୀତ ରିଲିଜ କରିଥିଲେ ବାଦଶାହା । ଆଉ ଏହି ଗୀତକୁ ମଧ୍ୟ ଲୋକେ ବେଶ ପସନ୍ଦ କରିଥିଲେ । ଗୀତ ରିଲିଜ ହେବାର କିଛି ଦିନ ମଧ୍ୟରେ ଏହା ୟୁଟ୍ୟୁବରେ ୧୦୦ ମିଲିୟନ ପାର କରିଥିଲା ।

Advertisment

ଆଉ ଏବେ ସହଦେବଙ୍କର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକପ୍ରିୟ ୱେବସିରିଜ ମନି ହାଇଷ୍ଟର ବେଲା ଚାଓ ଗୀତ ସହଦେବ ଗାଉଥିବାର ଦେଖିବାକୁ ମିଳିଛି । ଆଉ ଏହି ଭିଡ଼ିଓ ଇନଷ୍ଟାଗ୍ରାମ ପେଜରେ ସେୟାର ହେବା ପରେ ହଜାର ହଜାର ଲୋକ ଏହାକୁ ଦେଖିଛନ୍ତି । ତେବେ କିଛି ୟୁଜର୍ସ କମେଣ୍ଟ କରି ସହଦେବଙ୍କୁ ଗାଳି ମଧ୍ୟ ଦେଇଛନ୍ତି ।

ବଚପନ କା ପ୍ୟାର ଗୀତ ରିଲିଜ ହେବା ପରେ ଇଣ୍ଡିଆନ ଆଇଡଲ ସୋ’କୁ ମଧ୍ୟ ଆସିଥିଲେ ସହଦେବ । ଏପରିକି ଭାଇରାଲ ଗୀତ ଗାଇ ବେଶ ଲୋକପ୍ରିୟ ହୋଇଥିବା ସହଦେବଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ଭେଟିବାକୁ ଆସିଥିଲେ । ଯାହା ଦର୍ଶାଉଥିଲା ସହଦେବଙ୍କର କେତେ କ୍ରେଜ ରହିଛି ।