କନକ ବ୍ୟୁରୋ: ଅସହାୟଙ୍କୁ ସହାୟତା ଯୋଗାଉଛି ସହାୟ ସଂଗଠନ । ଜଟଣୀ ଛତାବରରେ ଥିବା ଏହି ସଂଗଠନରେ ୪୨ଜଣ ଅସହାୟ ବୃଦ୍ଧା ଅଛନ୍ତି । ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ରହୁଥିବା ଅସହାୟ ମଣିଷଙ୍କ ସହାୟତାର ଆଶାବାଡ଼ି ପାଲଟିଛି ଏହି ସଂଗଠନ । ସୂଚନା ଅନୁସାରେ ଆଶ୍ରମର କିଛି ବୃଦ୍ଧାଙ୍କ ଆଖିରେ ପରଳ ସମସ୍ୟା ଥିବାରୁ ଏହି ସଂଗଠନ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦେଇଛି । ଭୁବନେଶ୍ୱର କ୍ୟାପିଟାଲରେ ୮ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ସହାୟ ସଂଗଠନର ସଫଳ ଯାତ୍ରା ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ପାଦକ ।
ସହାୟ ସଂଗଠନ ଯୋଗାଉଛି ସହାୟତା । ୪୨ଜଣ ଅସହାୟ ବୃଦ୍ଧାଙ୍କ ପାଇଁ ସାଜିଛି ଆଶାବାଡି ।
/kanak/media/post_attachments/wp-content/uploads/2023/01/vlcsnap-2023-01-09-19h19m24s358.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)