ପୁଅକୁ ମୁକୁଳାଇବାକୁ ଓକିଲ ବଦଳାଇଲେ ଶାହାରୁଖ । କିଏ ହେବେ ପରବର୍ତ୍ତୀ  ଓକିଲ?

258
କନକ ବ୍ୟୁରୋ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥିବା ପୁଅ ଆରୟନକୁ ମୁକୁଳାଇବାକୁ ପୁରା ଦମରେ ଲାଗିଛନ୍ତି ଶାହାରୁଖ ଖାନ୍ । ଏହି ମାମଲାରେ ବଲିଉଡର ନାଁ କରା ଓକିଲ ସତୀଶ ମାନସିନଧେଙ୍କ  ଜରିଆରେ ଆରୟନଙ୍କ ଜାମିନ ଆବେଦନ କରିଥିଲେ ବି କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏପରିକି ଆରୟନଙ୍କ ଜାମିନ ପାଇଁ ଅପିଲ ଶୁଣାଣି ଯୋଗ୍ୟ ନୁହେଁ ବୋଲି କହିଥିଲେ ମାନ୍ୟବର ବିଚାରପତି । ଅନେକ ଯୁକ୍ତି ଦର୍ଶାଇ ଆରୟନଙ୍କୁ ଜାମିନ ଦେବା ଉଚିତ ହେବ ନାହିଁ ବୋଲି ଏନସିବି ପକ୍ଷରୁ କୁହାଯିବା ପରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏଥିରେ ଆରୟନଙ୍କ  ପକ୍ଷ  ଓକିଲ ମାନସିନେ୍ଧଙ୍କ କୌଣସି ଯୁକ୍ତି କାମ କରିନଥିଲା । ତେବେ ଶାହାରୁଖ ପୁଅ ପାଇଁ ମାନସିନଧେଙ୍କୁ ବଦଳାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି ।
କୁହାଯାଉଛି କିଙ୍ଗ ଖାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସଲମାନ୍ ଖାନ୍ । ଜୁନିଅର କିଙ୍ଗ ଖାନ୍ ଆରୟନଙ୍କ ପାଇଁ  ଏଥର ସଲମାନଙ୍କ ଓକିଲ ଅମିତ ଦେସାଇ ଲଢିବେ  । ସୂଚନା ମୁତାବକ, ଗତ ୧୧ ତାରିଖରେ ଅମିତ ଆରୟନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ଆରୟନ ସପ୍ତାହେ ହେବ ଜେଲରେ ଅଛନ୍ତି । ବେଲ ମିିଳିବା କୌଣସି ଯାଞ୍ଚ ଉପରେ ନିର୍ଭର କରେନାହିଁ । ତେଣୁ ଏହା ଉପରେ କୌଣସି ଯୁକ୍ତି କରିବାକୁ ଚାହୁଁନାହିଁ । ବରଂ  ତାରିଖ ପାଇଁ ଯୁକ୍ତି କରୁଛି ବୋଲି କହିଥିଲେ ଅମିତ । ତେବେ ଆରୟନଙ୍କ ଠାରୁ ସେପରି କିଛି ପ୍ରମାଣ ମିଳିନାହିଁ ତଥାପି ଯଦି ଯାଞ୍ଚ ପାଇଁ ଏନସିବି ଆଉ ସପ୍ତାହକର ସମୟ ମାଗୁଛି ତେବେ ଏନସବିକୁ ଫ୍ୟାକ୍ଟ ଦେଖିବାକୁ ପଡିବ ବୋଲି କହିଛନ୍ତି ଅମିତ ଦେସାଇ । ଗତ ୧୧ ତାରିଖରେ ଥିବା ଶୁଣାଣିରେ ଆରୟନଙ୍କ ଜାମିନ ଆବେଦନକୁ ଏନଡିପିଏସ୍ କୋର୍ଟ ଖାରଜ କରିବା ପରେ ଆଜି ୨.୩୦ରେ ପୁଣି ଏହା ଉପରେ ଶୁଣାଣି ହେବ । ଏଥିରେ ଅମିତ ଆରୟନଙ୍କ ପାଇଁ ଲଢିବେ ବୋଲି କୁହାଯାଉଛି ।

 

କହିରଖୁଁ କି, ଅମିତ ଦେସାଇ ୨୦୧୫ରେ ସଲମାନ ଖାନଙ୍କ ହିଟ ଆଣ୍ଡ୍ ରନ୍ କେସ୍ ଲଢିଥିଲେ । ଏହି ମାମଲାରେ ନିମ୍ନ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିବାବେଳେ ଏହାକୁ ଚ୍ୟାଲେଂଜ କରିଥିଲେ ଅମିତ । ଏଥିରେ ଅମିତଙ୍କର ବିଜୟ ହୋଇଥିଲା । ସେତେବେଳେ ସଲମାନଙ୍କୁ ୩୦ ହଜାର ମୁଚାଲିକା ବଦଳରେ ଜାମିନ ମିଳିଥିଲା ।