ଉତ୍ତରପ୍ରଦେଶର ସହାରନପୁର ଜିଲ୍ଳାରେ ଲାଇସେନ୍ସପ୍ରାପ୍ତ ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁୁରୁତର ଥିବା ସୂଚନା ଥିବା ବେଳେ ଘଟଣାସ୍ଥଳରେ ଆଖିବୁଜିଲେ ୫ ଜଣ ଶ୍ରମିକ । ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ସଂଚାଳକ ଥିବା କଥା ମିଳୁଛି ସୂଚନା । ଗୁରୁତରକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ମୁତାବକ ଫ୍ୟାକ୍ଟ୍ରିରେ ୭ ରୁ ୮ ଜଣ ଲୋକ କାମ କରୁଥିଲେ । ତେବେ ଏହି ବିସ୍ଫୋରଣରେ ମୃତ ବ୍ୟକ୍ତିମାନେ ପାଖ ଗାଁର ବୋଲି ସୂଚନା ମିଳୁଛି । ବର୍ତ୍ତମାନ ଗୁରୁତର ବ୍ୟକ୍ତି ବିଶାଲଙ୍କ ପରିବାର ଲୋକଙ୍କ ସହ ସଂପର୍କ କରିବାରେ ଲାଗିଛି ପୁଲିସ ।

Advertisment

publive-image

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫ୍ୟାକ୍ଟ୍ରିରେ ଫସିଥିବା ଅନ୍ୟ ଶ୍ରମିକଙ୍କ ଉଦ୍ଧାର ଶୀଘ୍ର କରିବା ପାଇଁ ପୁଲିସ ପ୍ରଶାସନକୁ ଆଦେଶ ଦେଇଛନ୍ତି ।