କନକ ବ୍ୟୁରୋ : ବର୍ଷ ବର୍ଷ ଧରି ସାହାରା ଇଣ୍ଡିଆରେ ଫଶି ରହିଥିବା ଜମାଟଙ୍କା ଏବେ ସରକାରଙ୍କ ତରଫରୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସରକାର ଏକ ପୋର୍ଟାଲ ମାଧ୍ୟମରେ ଜମାକାରୀଙ୍କୁ  ଆବେଦନ କରିବାକୁ କହିଥିଲେ । ପୋର୍ଟାଲ ଲଂଚ ହେବା ଠାରୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଆବେଦନ କରିସାରିଲେଣି । ଏହାପରେ ସରକାର ଅଗଷ୍ଟ ୪ ତାରିଖରେ ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୦ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରିଥିଲେ ।

Advertisment

କହିରଖୁ କି ଯେଉଁ ଜମାକାରୀମାନେ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟ, ହମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ, କୋଲକତା ସାହାରୟନ ମଲ୍ଟିପ୍ରପୋଜ ସୋସାଇଟ, ଷ୍ଟାର ମଲ୍ଟିପ୍ରପୋଜ ସୋସାଇଟିରେ ଟଙ୍କା ଜମା କରିଥିଲେ ସେହିମାନେ ଏହି ପୋର୍ଟାଲ ସହାୟତାରେ ଆବେଦନ କରିପାରିବେ ।

ସରକାର ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୧ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ କରିଛନ୍ତି । ଏହାସହ ଅନ୍ୟ ଆବେଦନକାରୀଙ୍କୁ କ୍ରମାନ୍ୱୟରେ ଟଙ୍କା ଫେରସ୍ତ ଜାରି ରହିଛି । ଏହାସହ ସରକାର ଜମାକାରୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଅଗଷ୍ଟ ମାସରେ ଫେରସ୍ତ କରିବା ସହ ସେପ୍ଟେମ୍ବର ମାସରେ ତୃତୀୟ କିସ୍ତି ଟଙ୍କା ଫେରସ୍ତ କରିବାକୁ ଯୋଜନା କରିଛନ୍ତି ।

ଯଦି କୌଣସି ଜମାକାରୀ ନିଜେ ଏହି ପୋର୍ଟାଲରେ ଆବେଦନ କରିପାରୁନାହାଁନ୍ତି ତେବେ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ ।