ଲାଭର ଲୋଭ ଦେଖାଇ ଲୁଟୁଛି ସାହାରା ଇନସୁରାନ୍ସ ! ୭ବର୍ଷ ତଳୁ ସରିଲାଣି ଫିକ୍ସ ଡିପୋଜିଟ ଅବଧି; ଟଙ୍କା ଦେଉନି କି କଥା ଶୁଣୁନି ସଂସ୍ଥା

 କ୍ରାଇମବ୍ରାଂଚ ଇଓଡବ୍ଲୁ ଅଭିଯୋଗ କଲେ ଜମାକାରୀ

425

କନକ ବ୍ୟୁରୋ : ଇଓଡ଼ବ୍ଲ୍ୟୁ ଅଫିସରେ ସାହାରା ଇନସୁରାନ୍ସ ବିରୁଦ୍ଧରେ ଏତଲା ଦେଲେ ଗଂଜାମର ୧୦ରୁ ଅଧିକ ଲୋକ । ଉଓଡ଼ବ୍ଲ୍ୟୁ ଅଫିସରେ ଗଂଜାମର ୧୦ରୁ ଅଧିକ ଲୋକ ପଂହଚି ଅଭିଯୋଗ କରିଛନ୍ତି । ସାତବର୍ଷ ତଳୁ ଟଙ୍କା ଫିକ୍ସର ସମୟ ସରିଯିବା ପରେ ବି ଅଫିସ ଶୁଣୁନଥିବା ଅଭିଯୋଗ କରିଛନ୍ତି ଲୋକେ । ନିଜ ଟଙ୍କା ଉଠାଇବା ପାଇଁ ସାହାରା ଅଫିସକୁ ଦୌଡ଼ି ଦୌଡ଼ି ଲୋକେ ହଇରାଣ ହେଉଥିବା ବେଳେ ଆଜି ଇଓଡ଼ବ୍ଲୁ ଅଫିସରେ ଅଭିଯୋଗ ଆଣିଛନ୍ତି ।