କନକ ବ୍ୟୁରୋ : ସରକାରଙ୍କ ଉପରେ ବର୍ଷିଲେ ସାହାରା ମିଳିତ ଜମାକାରୀ ମଂଚ । କହିଲେ ଯଦି ଜଣେ ସଚିବ ରାଜ୍ୟ ଚଲାଇବ ସେଠାରେ ଜିଲ୍ଲାପାଳ ଓ ବିଡିଓ କାହିଁକି ରହିବେ । ବ୍ରହ୍ମପୁରରେ ଏ ନେଇ ସେମାନେ ପ୍ରତିବାଦର ସ୍ୱର ଉତୋଳନ କରିଛନ୍ତି । ଗଣମାଧ୍ୟମ ଉପରେ ଇଓଡବ୍ଲୁର ଚଢ଼ଉ ଓ ସରକାରଙ୍କ ଚାପକୁ ନିନ୍ଦା କରିଛନ୍ତି । କହିଛନ୍ତି ରାଜ୍ୟରେ ଏବେ ଏକଛତ୍ରବାଦ ଶାସନ ଚାଲିଛି । ଜମା ଅର୍ଥ ଫେରିବା ପାଇଁ ପାଇଁ ଆମେ ଭୁବନେଶ୍ୱର ଓ ଦିଲ୍ଲୀ ଯାଇ ସାରିଛୁ । କିନ୍ତୁ ଆମ କଥା କେହି ଶୁଣୁ ନାହାନ୍ତି । ଇଓଡବ୍ଲୁ ନିକଟକୁ ଉତ୍ତର ମିଳୁଛି ଏହା ଆମ ଡିପାର୍ଟମେଂଟର କାମ ନୁହେଁ । ଆମେ କାହା ନିକଟରେ ଗୁହାରି କରିବୁ ବୋଲି ଦୁଃଖର ସହ କହିଛନ୍ତି ମିଳିତ ଜମାକାରୀ ମଂଚର ସଦସ୍ୟ ।

Advertisment