ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୭୫ ବର୍ଷ ବୟସରେ ଦେହାନ୍ତ ।

କନକ ବ୍ୟୁରୋ: ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ ସାହାରା । ଦେଶସାରା ସେ ସାହାରାଶ୍ରୀ ନାଁରେ ବେଶ ପରିଚିତ ଥିଲେ । ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା । କାଲି ଲକ୍ଷେ୍ନø ନିଆଯାଇ ସୁବ୍ରତ ରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୁବ୍ରତ ରାୟ ମେକାନିକଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ପରବର୍ତୀ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ସାହାରା ଇଣ୍ଡିଆ ପରିବାର । ପରବର୍ତୀ ସମୟରେ ସାହାରା ସାରା ଦେଶରେ ବେଶ ନାଁ କମାଇଥିଲା । ତେବେ ପରେ ସେବି ସହ ବିବାଦ କାରଣରୁ ସାହାରା ଗ୍ରୁପର ଅଡୁଆ ବଢିଥିଲା । ମାମଲା ସୁପ୍ରିମକୋର୍ଟ ବି ଯାଇଥିଲା । ସୁବ୍ରତ ରାୟଙ୍କୁ ଜେଲ୍ ବି ଯିବାକୁ ପଡିଥିଲା ।