ସାହାରା କମ୍ପାନୀରେ ଟଙ୍କା ଲଗାଇ ହନ୍ତସନ୍ତ ହେଉଛନ୍ତି ଜମାକାରୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଟଙ୍କା ଫେରାଉନାହିଁ କମ୍ପାନୀ ।

ସାହାରା କମ୍ପାନୀରେ ଟଙ୍କା ଲଗାଇ ହନ୍ତସନ୍ତ ହେଉଛନ୍ତି ଜମାକାରୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଟଙ୍କା ଫେରାଉନାହିଁ କମ୍ପାନୀ ।

କନକ ବ୍ୟୁରୋ : କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଜମାକାରୀଙ୍କୁ ଟଙ୍କା ଫେରାଉ ନାହିିଁ ସାହାରା କମ୍ପାନୀ । ଜମା ଟଙ୍କାର ମାଚ୍ୟୁରିଟି ହୋଇଯାଇଥିଲେ ବି ଟଙ୍କା ମିଳୁନାହିଁ । ଭୁବନେଶ୍ୱରରେ ଏନେଇ କମ୍ପାନୀ ବିରୋଧ ଆରମ୍ଭ ହୋଇଛି ବିକ୍ଷୋଭ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ କମ୍ପାନୀ ବିରୋଧରେ ଏତଲା ଦେଇଛନ୍ତି ଜମାକାରୀ ଏବଂ ଏଜେଣ୍ଟ ।

ସାହାରା କମ୍ପାନୀରେ ଟଙ୍କା ଲଗାଇ ଏବେ ଜମାକାରୀ ହନ୍ତସନ୍ତ । ଚିଟଫଣ୍ଡ ପଇସା ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କମ୍ପାନୀ ଏପର୍ଯ୍ୟନ୍ତ ଟଙ୍କା ନଫେରାଇ ଥିବାର ହେଉଛି ଅଭିଯୋଗ । ଏ ନେଇ ସାହାରା କମ୍ପାନୀ ବିରୋଧରେ ଇଓଡବ୍ଲୁ ଅଫିସରେ ଏତଲା ଦେଇଛନ୍ତି ଜମାକାରୀ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସାହାରା କମ୍ପାନୀ ଜମାକାରୀଙ୍କ ଟଙ୍କା ଫେରାଇନି । ଆଉ ଟଙ୍କା କେମିତି ପାଇବେ ଚିନ୍ତା କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ କମ୍ପାନୀ ବିରୋଧରେ ଏତଲା ଦେଇଛନ୍ତି ଜମାକାରୀ । ଗଂଜାମର ୧୫ରୁ ଅଧିକ କ୍ଷତିଗ୍ରସ୍ତ ପାଖାପାଖି ହଜାରେରୁ ଅଧିକ କ୍ଷତିଗ୍ରସ୍ତଙ୍କ ଅଭିଯୋଗ ଧରି ଏତଲା ଦେଇଛନ୍ତି । କମ୍ପାନୀର ତିନୋଟି ସୋସାଇଟି, ମାଲିକ ସୁବ୍ରତ ରୟ, ବିଭିନ୍ନ ବ୍ରାଂଚ ଅଫିସର ମ୍ୟାନେଜର ଏବଂ ଓଡିଶା ଦାୟିତ୍ୱରେ ଥିବା ବାବୁ ବସ୍ତିଆ, ସୀମା ଦାସଙ୍କ ବିରୋଧରେ ଏତଲା ଦେଇଛନ୍ତିା

ଜଣେ ଜମାକାରୀ ଯିଏ କି ଜମି ବିକି, ଝାଳବୁହା ପରିଶ୍ରମରେ ରୋଜଗାର କରି ଅଧିକ ସୁଧ ପାଇବା ଆଶାରେ ସାହାରରେ ଟଙ୍କା ଲଗାଇଥିଲେ । ଏହି ଅଭିଯୋଗ ତାଲିକାରେ ଜଣେ ମହିଳା ଏଜେଣ୍ଟ ମଧ୍ୟ ସାମିଲ ହୋଇଛନ୍ତି । ଯିଏକି କମ୍ପାନୀର ନିର୍ଦ୍ଦେଶ କ୍ରମେ ବିଭିନ୍ନ ଲୋକଙ୍କୁ ବୁଝାଇ ସୁଝାଇ ସାହାରାରେ ପୁଞ୍ଜି ନିବେଶ କରାଇଥିଲେ । କିନ୍ତୁ ସେ କିପରି ନିଜର ୧୦ ଲକ୍ଷ ଟଙ୍କା ଫେରିପାଇବେ ଏବେ ସେହି ଚିନ୍ତାରେ । ଜମାକାରୀ ଟଙ୍କା ଫେରିପାଉନାହାନ୍ତି । ହେଲେ କମ୍ପାନୀ ବିଭିନ୍ନ ସମୟରେ ବିଭିନ୍ନ ଖବରକାଗଜରେ ବଡ ବଡ ବିଜ୍ଞାପନ ଦେଇ ଟଙ୍କା ଫେରାଇବାର ଆଶ୍ୱସନା ଦେଉଛି । କିନ୍ତୁ ଏହା କେବେ ମିଳିବ ତାକୁ ନେଇ ଜମାକାରୀ ଅପେକ୍ଷାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe