ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ ! ଫେବୃଆରୀ ୨୮ସୁଦ୍ଧା ହାଜର ହେବାକୁ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ୍ ।
କନକ ବ୍ୟୁରୋ : ସାହାରା ମୁଖ୍ୟଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ । ଫେବୃଆରୀ ୨୮ ତାରିଖ ସୁଦ୍ଧା ହାଜର ହେବା ପାଇଁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ବାରମ୍ବାର ସମୟ ଦେବା ପରେ ବି ସାହାରା କମ୍ପାନୀ ୨୫ ହଜାର କୋଟି ଟଙ୍କା ଦାଖଲ କରିପାରିନଥିବା କୋର୍ଟ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଇତିମଧ୍ୟରେ ୬ ମାସ ବିତିସାରିଛି ତେବେ ସାହାରା ସେବି ମାମଲାରେ କମ୍ପାନୀ ୨୫ହଜାର ୭ଶହ କୋଟି ଟଙ୍କା ଦାଖଲ୍ କରିବାରେ ବିଫଳ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଫେବୃଆରୀ ୨୮ ତାରିଖ ସୁଦ୍ଧା ସୁବ୍ରତ ରାୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ସୁବ୍ରତ ରାୟଙ୍କ ଅଡୁଆ ବଢ଼ିବା କୁହାଯାଉଛି ।