ଆଜିଠୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ : ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କୁ ଜଳ, କ୍ଷୀର ଓ ବେଲପତ୍ର ଲାଗି କରିପାରିବେ ଶ୍ରଦ୍ଧାଳୁ

ପୂର୍ବରୁ ମନ୍ଦିର ଭିତରେ ଆଡକାଠ ନିକଟରୁ ଦର୍ଶନ କରୁଥିଲେ ଭକ୍ତ

59

କନକ ବ୍ୟୁରୋ : ଆଜିଠାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଛି । ଅର୍ଥାତ ମନ୍ଦିର ଗର୍ଭଗୃହ ଭିତରକୁ ଯାଇ ଠାକୁରଙ୍କୁ ଜଳ, ଖିର ଓ ବେଲପତ୍ର ଆଦି ଲାଗି କରିପାରିବେ । ଦୀର୍ଘ ଦିନର କଟକଣା ପରେ ମହାପ୍ରଭୁଙ୍କ ଶକ୍ତି ନିକଟକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଗତ ୨ ତାରିଖରେ ବିଏମସି କମିଶନରଙ୍କ ସହ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା ।

ତେବେ କରୋନା ସଂକ୍ରମଣକୁ ଦେଖି ଗତବର୍ଷ ମାର୍ଚ୍ଚ ୨୨ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିଥିଲା । କିନ୍ତୁ କରୋନା ସଂକ୍ରମଣ କମିବା ପରେ ପ୍ରାୟ ୯ ମାସ ପରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର । ପୂର୍ବରୁ ଶ୍ରଦ୍ଧାଳୁମାନେ କେବଳ ଆଡକାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରୁଥିବାବେଳେ ଏବେ ଏହି କଟକଣାକୁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି । ସେହିପରି ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଭକ୍ତ କିମ୍ବା ସେବାୟତ ମନ୍ଦିର ଭିତରକୁ ପ୍ରବେଶ କଲାବେଳେ ପାନ, ଗୁଟଖା ଖାଇପାରିବେ ନାହିଁ । ମୁହଁରେ ମାକ୍ସ ପିନ୍ଧିବା ସହିତ ଅନ୍ୟୁନ ୬ ଫୁଟର ସାମାଜିକ ଦୂରତା ରଖିବେ ବୋଲି ନିର୍ଦ୍ଦେଶନାମା ରହିଛି ।