ସୋମାଲିଆ ମୁହାଁ ସାମୁଦ୍ରିକ ଝଡ଼ ‘ସାଗର’ ! ଭାରତକୁ ମିଳିଲା ଆଶ୍ୱସ୍ତି, କିନ୍ତୁ ଏବେ ବି ଟଳିନି ବିପଦ

52

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ସାଗର’ ଅବପାତରେ ପରିଣତ ହେବା ପରେ ଲଘୁଚାପର ରୂପ ନେଇ ସୋମାଲିଆ ଦେଇ ଉପକୂଳକୁ ଅତିକ୍ରମ କରିବ । ସାମୁଦ୍ରିକ ଝଡ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଧିରେଧିରେ ଦୁର୍ବଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ କହିବା ପରେ ଆଶ୍ୱସ୍ତି ମିଳିଛି । ହେଲେ ଏହାର ପ୍ରଭାବ ଭାରତରେ ଅନୁଭୂତ ହେବ ବୋଲି ଅନୁମାନ କରିଛି ଆଇଏମଡି ।

ସାମୁଦ୍ରିକ ଝଡ ‘ସାଗର’ ପ୍ରଭାବରେ ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ସମେତ କେନ୍ଦ୍ରଶାସିତ ଅଂଚଳ ଲାକ୍ଷାଦ୍ୱୀପ ଉପରେ ଅନୁଭୂତ ହେବ ବୋଲି ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା । ଏହାର ପ୍ରଭାବରେ ଭୀଷଣ ଘୁର୍ଣ୍ଣିଝଡ ସହ ପ୍ରବଳ ବେଗରେ ପବନ ବହିପାରେ । ତେବେ ରବିବାର ଆଇଏମଡି ଜାରି କରିଥିବା ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ହରିଆଣା, ଉତର ପ୍ରଦେଶ, ରାଜସ୍ଥାନ , ଦିଲ୍ଲୀ, ଏନସିଆର ସମେତ ଦେଶର ଉତର-ପଶ୍ଚିମ ଭାଗରେ ଥିବା କେତେକ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ ।