ବାପା ଠେଲାବେପାରୀକୁ , ମା’ ପର ଘରେ ରୁଟି ବେଲି ପୁଅକୁ କରାଇଲେ ଆଇପିଏସ , ପ୍ରଥମ ପରୀକ୍ଷାରେ ୟୁପିଏସସି ପରୀକ୍ଷାରେ ସଫଳ ହେଲେ ଏହି ଯୁବ ଆଇପିଏସ

540

ନିଷ୍ଠା ଥିଲେ ପ୍ରତିଷ୍ଠା ଆପେ ଆପେ ଆସେ । ଏହାକୁ ସଫଳ କରି ଦେଖାଇଛନ୍ତି ଜଣେ ଆଇପିଏସ ଅଫିସର । ତାଙ୍କର ଏହି ଉଦ୍ୟମ ଓ ଚେଷ୍ଟା ତାଙ୍କୁ ଆଇପିଏସ କରିବାରେ ସାହାଯ୍ୟ କରିଛି । ଦେଶର ଯୁବ ଆଇପିଏସ ସାଫିନ ହସନଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଯିଏକି ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି । ସାଫିନଙ୍କ ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ପାଲଟିଛି । ହାସିନଙ୍କ ବାପା ଜଣେ ଇଲେକ୍ଟ୍ରିସିଆନ ସାଙ୍ଗକୁ ଠେଲା ଦୋକାନୀ। ଯାହା ଯେତିକି ରୋଜଗାର ହୁଏ ଘର ଚଳାଇବା କଷ୍ଟକର । ଏଥିପାଇଁ ସହଯୋଗର ହାତ ବଢ଼ାଇଥାନ୍ତି ସାଫିନଙ୍କ ମାଆ । ସେ ପ୍ରତିଦିନ ପର ଘରେ, ଭୋଜିରେ ରୁଟି ବେଲି ମାସକୁ ୭ ହଜାରରୁ ୯ ହଜାର ରୋଜଗାର କରିଥାନ୍ତି। ଆଉ ଏହି ପଇସାରେ ସାଫିନ ଆଜି ପାଠ ପଢ଼ି ନିଜ ପିଲା ଦିନର ସ୍ୱପ୍ନ ସାକାର କରିଛନ୍ତି । ଗୁଜରାଟର ସୁରତରେ ରହୁଥିବା ସାଫିନଙ୍କ ବାପା ମା ଏକ ହୀରା ୟୁନିଟରେ ଚାକିରୀ କରିଥିଲେ । ସେ ଆଇପିଏସ ହେବା ପରେ ଏକ ସାକ୍ଷାତକାରରେ ଏହି କଥା କହିଥିଲେ ।

ପ୍ରାଥମିକ ସ୍କୁଲରେ ସେ ପାଠ ପଢ଼ୁଥିବା ବେଳେ ସ୍କୁଲକୁ ଆସିଥିବା ଜଣେ ଜିଲ୍ଲାପାଳଙ୍କୁ ଦେଖି ତାଙ୍କ ମନରେ ମଧ୍ୟ ଜିଲ୍ଲାପାଳ ହେବାର ସ୍ବପ୍ନ ଜାଗ୍ରତ ହୋଇଥିଲା । ନିଜ ପାରିବାରିକ ସଂଘର୍ଷ ବାବଦରେ ସାଫିନ କହନ୍ତି, ୨୦୦୦ ମସିହାରେ ତାଙ୍କ ବାପା ମାଆ ଚାକିରୀ ହରାଇଥିଲେ । ଏହି ସମୟରେ ତାଙ୍କ ଘର କାମ ମଧ୍ୟ ଚାଲିଥିଲା । ଏହାପରେ ଦିନରେ ତାଙ୍କ ବାପା ଓ ମାଆ ମୁଲ ଲାଗୁଥିଲେ । ରାତି ହେଲେ ଘରେ ଇଟା ଯୋଡି କାନ୍ଥ ତିଆରି କରୁଥିଲେ । ଘର ଚଳାଇବାକୁ ଯାଇ ତାଙ୍କ ବାପା ପ୍ରତିଦିନ ରାତିରେ ଠେଲା ଦୋକାନ ଦେଉଥିଲେ ନହେଲେ ଇଲେକ୍ଟ୍ରି କାମ କରୁଥିଲେ । ସେହିପରି ତାଙ୍କ ମା କେତେବେଳେ ପର ଘରେ ନହେଲେ ଭୋଜିରେ ରୁଟି ବେଲୁଥିଲେ ବୋଲି ସେ କହିଛନ୍ତି । ସେ ପଢ଼ିବେ ବୋଲି ତାଙ୍କ ବାପା ମାଆ ଯେଉଁ ପରିଶ୍ରମ କରୁଥିଲେ ତାହା ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି ।

ପାଠ ପଢ଼ିବା ସମୟରେ ତାଙ୍କର ଅନେକ ପ୍ରତିଯୋଗୀତା ପ୍ରତି ରୁଚି ଥିଲା । ସ୍କୁଲ ଛୁଟି ବେଳେ ପିଲାମାନଙ୍କୁ ପାଠ ପଢ଼ାଇ ହଷ୍ଟେଲ ଖର୍ଚ୍ଚ ବହନ କରୁଥିଲେ ସାଫିନ୍ । ୧୦ମ ଶ୍ରେଣୀରେ ୯୨ ପ୍ରତିଶତ ମାର୍କ ରଖିବା ପରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ହେଲେ ଆବଶ୍ୟକ ଟଙ୍କା ନ ଥିବାରୁ ସେହି ଟଙ୍କାରେ ତାଙ୍କ ଜିଲ୍ଲାରେ ସେ ଏକ ଘରୋଇ ସ୍କୁଲ ଖୋଲିଥିଲା । ଏହି ସ୍କୁଲରେ ପାଠ ପଢ଼ିବା ପାଇଁ ଆବଶ୍ୟକ ଟଙ୍କା ତାଙ୍କ ବାପା ଭରଣ କରିବା ମଧ୍ୟ ସମ୍ଭବ ନଥିଲା । ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ପାଠ ପଢ଼ିବା ଖର୍ଚ୍ଚରେ କୋହଳ କରି ଦେଇଥିଲେ । ସେହି ସମୟରେ ସେ ଇଂରାଜୀ ଭଲ ଭାବରେ ଶିଖିଥିଲେ ଏବଂ ପ୍ରଥମ କରି ପିଜା, ବର୍ଗର ଖାଇଥିଲେ ବୋଲି ସାଫିନ କହନ୍ତି ।