‘ବୁଲବୁଲ’ ମୁକାବିଲା ପାଇଁ ଓଡିଶା ସଜାଗ । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ୨ ଦିନ ପାଇଁ ୩ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ। ଆସନ୍ତାକାଲି ୯ଟି ପ୍ରଭାବିତ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା

922

କନକ ବ୍ୟୁରୋ: ବାତ୍ୟା ବୁଲବୁଲର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିଲେ ବି ଏହା ଓଡିଶା ଉପକୂଳ ଦେଇ ଗତି କରୁଥିବାରୁ , ଉପକୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫ୍ର ଦୁଇଟି ଟିମ୍ ଏବଂ ସହାୟତା କରିବା ପାଇଁ ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗଛ କଟା ମେସିନ୍ ମଧ୍ୟ ସଜାଗ ରଖାଯାଇଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ତଳିଆ ଅଂଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ସେହିପରି ୯ ତାରିଖ ଦିନ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ. ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ୯ଟି ଜିଲ୍ଲାରେ ସ୍କୁଲ ବନ୍ଦ୍ ରଖିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।