ନବରଙ୍ଗପୁରରେ ସରୁନି ଦାଦନଙ୍କ ଦୁଃଖ। ତାମିଲନାଡୁରେ ୪ ଜଣ ଶ୍ରମିକଙ୍କୁ ବନ୍ଧକ ରଖି ଟଙ୍କା ମାଗିଲେ ଦୁର୍ବୃତ୍ତ 

117

କନକ ବ୍ୟୁରୋ: ତାମିଲନାଡ଼ୁରେ ମୁଣ୍ଡ ଜାମିନ ରଖି ୪ଜଣଙ୍କୁ ନିସ୍ତୁକ ମାଡ଼ । ନିଜ ଅଞ୍ଚଳରେ କାମ ମିଳୁନଥିବାରୁ ସୁଦୂର ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଉମରକୋଟର ଶ୍ରମିକମାନେ । ହେଲେ ଗତ ଗୁରୁବାର ଦିନ ୪ଜଣ ଶ୍ରମିକଙ୍କୁ କିଛି ଦୁର୍ବୃତ ଉଠାଇ ନେଇ ଏକ ଘରେ ବନ୍ଦ ରଖି ମାଡ଼ ମାରିବା ସହ ଟଙ୍କା ମାଗିଥିଲେ । ଟଙ୍କା ଦେଲେ ସମସ୍ତଙ୍କୁ ଛଡାଯିବ ବୋଲି ଚେତାବନୀ ଦେଇଥିଲେ । ଯୁବକମାନେ ଦୁର୍ବୃତଙ୍କ କବଳରେ ବନ୍ଧକ ଥିବାରୁ ପରିବାର ଲୋକ ନିଜ ଜମି ବନ୍ଧା ରଖି ଟଙ୍କା ପଠାଇଛନ୍ତି ।

ଅନଲାଇନରେ ୫୫ ହଜାର ଟଙ୍କା ପଠାଇବା ପରେ ଦୁର୍ବୃତମାନେ ଶ୍ରମିକମାନଙ୍କୁ ଜଙ୍ଗଲରେ ଛାଡ଼ି ଚମ୍ପଟ ମାରିଥିବା ଜଣାପଡ଼ିଛି । ଦୁର୍ବୃତମାନେ ଚାଲିଯିବା ପରେ ଶ୍ରମିକମାନେ ଘରକୁ ଫେରିଆସିଛନ୍ତି । ଗାଁକୁ ଫେରିବା ପରେ କନକ ନ୍ୟୁଜରେ ପୂରା ଘଟଣା ବାବଦରେ କହିଛନ୍ତି ଶ୍ରମିକ । ଉମରକୋଟ ପୂଜାରୀଭରଣ୍ଡି ଗାଁର ଛବିଲାଲ ପୂଜାରୀ, ଜଗେନ୍ଦ୍ର ଗଣ୍ଡ, ଚନ୍ଦ୍ରସାଇ ଗଣ୍ଡ ଓ ବୁଡୁ ମାଳି କାମ କରିବା ପାଇଁ ତାମିଲନାଡୁ ଯାଇଥିଲେ । ସେଠାରେ ତାଙ୍କୁ ଦୁର୍ବୃତମାନେ ନାନା ଯନ୍ତ୍ରଣା ଦେଇଛନ୍ତି ।