ମଦ ପିଇବାର ଲାଭ ଜଣାଇଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର, ମଦର ଭାଗମାପକୁ ନେଇ କହିଲେ ଏଭଳି କଥା

Advertisment
ମଦ ପିଇବାର ଲାଭ ଜଣାଇଲେ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର, ମଦର ଭାଗମାପକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ସର୍ବଦା ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଭୋପାଳର ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର ଏବେ ମଦକୁ ନେଇ ଏମିତି କିଛି କହିଛନ୍ତି କି ଯାହାକୁ ନେଇ ସୋସିଆଲ ମିଡିଆରେ ବେସ୍ ଟ୍ରୋଲ ହେବାରେ ଲାଗିଛନ୍ତି । ସେ କହିଛନ୍ତି କି ଅଳ୍ପ ମାତ୍ରାରେ ମଦ ପିଇବାରେ କିଛି ଅସୁବିଧା ନାହିଁ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଠାକୁର ଏବେ ଆଣିଥିବା ନୂଆ ଅବକାରୀ ନୀତିକୁ ନେଇ ଗଣମାଧ୍ୟମ ପଚାରି ଥିବା ପ୍ରଶ୍ନର ଉତ୍ତରରେ ସ୍ୱାଧୀ ପ୍ରଜ୍ଞା ଠାକୁର କହିଥିଲେ କି ମଦ ଔଷଧ ଭଳି କାମ କରିଥାଏ ହେଲେ ଏହାକୁ ପ୍ରଚୁର ମାତ୍ରାରେ ସେବନ କଲେ ଏହା କ୍ଷତି ପହଂଚାଇଥାଏ ।

ସେ ଆହୁରି କହିଛନ୍ତି ମଦ ଶସ୍ତାରେ ମିଳୁ କି ମହଙ୍ଗା ହେଉ, ଏହା ଯେତେବେଳେ ଔଷଧ ଭଳି କାମ କରୁଛି ଏହାର ଦାମକୁ ନେଇ ବିତର୍କ କରିବା ଅନାବଶ୍ୟକ । ମଦରେ ମିଶୁଥିବା ଆଲକହଲ ଆର୍ୟୁବେଦ ଔଷଧରେ ବି ବ୍ୟବହାର କରାଯାଉଛି । ହେଲେ ଏହାକୁ ପ୍ରଚୁର ମାତ୍ରାରେ ପିଇବା ମଣିଷ ଶରୀର ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି ।

ସ୍ୱାଧୀ ପ୍ରଜ୍ଞା ଠାକୁରଙ୍କ ଏଭଳି ବୟାନକୁ ନେଇ କଂଗ୍ରେସ ସମାଲୋଚନା କରିଛି । କଂଗ୍ରେସ ନେତା ନରେନ୍ଦ୍ର ସଲୁଜା ଟ୍ୱିଟ କରି କହିଛନ୍ତି କି ସ୍ୱାଧୀଙ୍କ ଏଭଳି ବୟାନ ପରେ ଏହା ସ୍ପଷ୍ଟ କରି ସେ ମଦକୁ ନୁହେଁ ବରଂ ମଦର ମାତ୍ରାକୁ ବିରୋଧ କରୁଛନ୍ତି । ଅନୁମାନ କରାଯାଉଛି କି ବିଜେପି ପୁରା ରାଜ୍ୟକୁ ମଦରେ ବୁଡାଇ ଦେବ ବୋଲି ସଲୁଜା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe