ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିବା ନାଥୁରାମ ଗୋଡସେକୁ ନେଇ ଥମୁନି ରାଜନୀତି । କମଲ ହାସନଙ୍କ ପରେ ଏବେ ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇଛନ୍ତି । ସେ ନାଥୁରାମ ଗୋଡସେକୁ ଦେଶଭକ୍ତ କହିଛନ୍ତି । ସାଧ୍ୱୀ ପ୍ରଜ୍ଞା କହିଛନ୍ତି, “ନାଥୁରାମ ଗୋଡସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ ।”
ସେ କହିଲେ, ନାଥୁରାମକୁ ଆତଙ୍କବାଦୀ କହୁଥିବା ଲୋକ ପ୍ରଥମେ ନିଜକୁ ଦେଖନ୍ତୁ । ଏମିତି ଲୋକଙ୍କୁ ଏହି ନିର୍ବାଚନରେ ଜବାବ ଦିଆଯିବ । ସୂଚନାଯୋଗ୍ୟ, କମଲ ହାସନଙ୍କ ବୟାନ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ଉପରେ ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା । ଏହା ପୂର୍ବରୁ ପ୍ରଥମେ ୨୫ ଏପ୍ରିଲରେ ସାଧ୍ୱୀ ପ୍ରଜ୍ଞା ବିବାଦୀୟ ବୟାନ ଦେଇଥିଲେ । ସେତେବେଳେ ନିଜ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ଓ ପ୍ରାର୍ଥୀ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/pg_1555994135_618x347.jpeg)