ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ । ଭବିଷ୍ୟବାଣୀ ଠାରୁ ଆରମ୍ଭ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ବାବା । ବିଶ୍ୱାସରେ ଧାଇଁ ଆସୁଛନ୍ତି ଲୋକ

157

କନକ ବ୍ୟୁରୋ: କାଠି କରୁଛି ଆପଣଙ୍କ ଭାଗ୍ୟ ଭବିଷ୍ୟତର ବିଚାର । ସବୁ ସତ କହିବ କାଠି । ଖଣ୍ଡଗିରି କୁମ୍ଭ ମେଳାକୁ ଆସିଥିବା ଜଣେ କାଠି ବାବାଙ୍କୁ ନେଇ ବହୁ ଚର୍ଚ୍ଚା । ଯିଏ ମେଳା ଆସୁଛି ସିଏ ବାବାଙ୍କ ପାଖରେ ବିତାଉଛି କିଛି ସମୟ । ନିଜର ଭବିଷ୍ୟତ କଥା ପଚାରି ବୁଝୁଛି । ୬ଟି କାଠି ଧରି ଲୋକଙ୍କ ସମସ୍ୟାର ସମାଧାନ କରୁଥିବାର ଦାବି କରୁଛନ୍ତି କାଠି ବାବା । ଭବିଷ୍ୟତରେ ସବୁ କଥା କହିଦେବାର ଚ୍ୟାଲେଞ୍ଜ ବି କରୁଛନ୍ତି ।

  • ଖଣ୍ଡଗିରି କୁମ୍ଭମେଳାରେ ସାଧୁଙ୍କ ଭିଡ
  • ବାବା କରୁଛନ୍ତି ଭବିଷ୍ୟବାଣୀ!

ଖଣ୍ଡଗିରି ଗୁମ୍ଫାରେ ବସିଥିବା ଜଣେ ବାବା, କେତେବେଳେ ଖଞ୍ଜଣି ବଜାଉଛନ୍ତି ତ କେତେବେଳେ ବଂଶି ବଜାଉଛନ୍ତି । ନିଜର ପ୍ରଚାର ପ୍ରସାର କରିବା ପାଇଁ ଗୋଟିଏ ବ୍ୟାନର ବି ଲଗାଇଛନ୍ତି । ତନ୍ତ୍ର ମନ୍ତ୍ର ଯନ୍ତ୍ରରେ ସବୁ ସମସ୍ୟାର ସମାଧାନ କରିଦେଇପାରନ୍ତି ବୋଲି ଦାବି କରୁଛନ୍ତି । ଏମିତି ଅନେକ ବାବା ନିଜର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି ।

ତେବେ ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଜମିଛି ବହୁ ନାଗା ସାଧୁଙ୍କ ଭିଡ । ରାଜ୍ୟ ବାହାରର ନାଗା ସାଧୁ ବି ଡେରା ଜମାଇଛନ୍ତି । ନାଗା ସାଧୁଙ୍କ ଦର୍ଶନ କରିବା ସହ ନିଜର ସମସ୍ୟା ନେଇ ପହଞ୍ଚୁଛନ୍ତି ଅନେକ । କୁମ୍ଭ ମେଳାକୁ ଆସିଥିବା ନାଗା ସାଧୁ ଦିଗମ୍ବର ବମବମ ପୁରୀଙ୍କ ପାଖରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଗୋଟିଏ ଛୋଟ ପିଲାଟି କଥା କହିବାକୁ ଅସମର୍ଥ ଥିବାବେଳେ ପିଲାଟିକୁ ସାଥିିରେ ଧରି ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି ବାପା ମା । ତେବେ ଖଣ୍ଡଗିରି ମେଳାରେ ଲୋକଙ୍କ ଭିଡ ଜମିଲାଣି । ଆଉ ଏମାନେ ବାବାଙ୍କ ପାଖକୁ ବି ଯାଉଛନ୍ତି । ଯଦି ଯିବାକୁ ସ୍ଥିର କରିଛନ୍ତି ତେବେ ସଜାଗ ହୋଇଯାନ୍ତୁ । ନଚେତ ତଣ୍ଡିବାକୁ ପଡିବ ଦକ୍ଷିଣା ।