କବରରୁ ଉଭାନ ହୋଇଗଲା ସଦ୍ଦାମ ହୁସେନଙ୍କ ଶବ ! ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା ।

Advertisment
କବରରୁ ଉଭାନ ହୋଇଗଲା ସଦ୍ଦାମ ହୁସେନଙ୍କ ଶବ ! ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା ।

image courtesy - www.timesofisrael.com

ଗାଏବ ହୋଇଯାଇଛି ଇରାକର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସକ ସଦ୍ଦାମ ହୁସେନଙ୍କ ମୃତଦେହ । ସଦ୍ଦାମ ହୁସେନଙ୍କ ମୃତଦେହକୁ କବର ଭିତରୁ କିଏ ଗାଏବ କରି ନେଇଛି । ତେବେ ଏହି ଘଟଣା ଜଣାପଡିବା ପରେ ସୋସିଆଲ ମିଡିଆରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

publive-image

ସୂଚନାଯୋଗ୍ୟ ଯେ ଶହଶହ ନିରିହ ଲୋକଙ୍କ ମୃତ୍ୟୁର କାରଣ ସାଜିଥିବା ସ୍ୱେଛାଚାରୀ ଶାସକ ସଦ୍ଦାମ ହୁସେନଙ୍କୁ ଆମେରିକା ସେନା ଗିରଫ କରିଥିଲା। ଦୀର୍ଘ ଦିନ ଧରି ତାଙ୍କର କୋର୍ଟରେ ଶୁଣାଣି ହେବା ପରେ ତାଙ୍କୁ ଫାଶି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗତ ୨୦୦୬ ମସିହା ଡିସେମ୍ବର ୩୦ ତାରିଖ ଦିନ ସଦ୍ଦାମ ହୁସେନଙ୍କୁ ଫାଶି ଦିଆଯାଇଥିଲା । ଫାଶି ଯୋଗୁଁ ସଦ୍ଦାମ ହୁସେନଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁ ଆମେରିକା ସେନା ପକ୍ଷରୁ ହେଲିକ୍ୟାପ୍ଟରରେ ନିଆଯାଇ ଇରାକର ଅଲ ଅବଜା ଠାରେ କବର ଦିଆଯାଇଥିଲା। ତେବେ ସଦ୍ଦାମ ହୁସେନଙ୍କ ଜଣେ ସମ୍ପର୍କୀୟ ଶେଖ୍ ମନଫ ଅଲୀ ଅଲ ନିଦା ଅଭିଯୋଗ କରିଛନ୍ତି ଯେ ସଦ୍ଦାମ ହୁସେନଙ୍କ ମୃତଦେହ ତାଙ୍କ କବରରେ ନାର୍ହିଁ। କେହି ତାଙ୍କ ଶବକୁ କବରରୁ କାଢ଼ି ପୋଡ଼ିଦେଇଛି।

ସୂଚନାଯୋଗ୍ୟ ଯେ ସଦ୍ଦାମ ହୁସେନଙ୍କ କବରସ୍ଥଳ ଦେଖିବା ପାଇଁ ପ୍ରତ୍ୟେହ ଅଲ ଅବଜାରେ ପର୍ୟ୍ୟଟକଙ୍କ ଭିଡ଼ ହେଉଥିଲା। ତେବେ ଏହି କବର ନଷ୍ଟ ହେବା ଓ ସେଥିରୁ ସ୍ୱେଚ୍ଛାଚାରୀ ସଦ୍ଦାମ ହୁସେନଙ୍କ ଶବ ଗାଏବ ହେବା ଘଟଣା ନେଇ ସେଠାରେ ମୂତୟନ ସୁରକ୍ଷା କର୍ମୀମାନେ କହିଛନ୍ତି ଯେ ଆଇଏସ ଆକ୍ରମଣ ଯୋଗୁଁ ସଦ୍ଦାମ ହୁସେନଙ୍କ କବର କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe