ସମ୍ବଲପୁରରେ ବନ୍ଦ ହେବ ସଦର କୋଭିଡ ହସ୍ପିଟାଲ । ଆସନ୍ତା ୨୦ ତାରିଖରୁ ବନ୍ଦ ପାଇଁ ନିଷ୍ପତ୍ତି । ସଂକ୍ରମଣ କମୁ ଥିବାରୁ ପ୍ରଶାସନର ନିଷ୍ପତି

149

କନକ ବ୍ୟୁରୋ : ନଭେମ୍ବର ୨୦ରୁ ବନ୍ଦ ହେବ ସମ୍ବଲପୁର ସଦର କୋଭିଡ ହସ୍ପିଟାଲ । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି ପ୍ରଶାସନ । ସେପଟେ ପୂର୍ବ ପରି କାର୍ଯ୍ୟ କରିବ ସଦର ମେଡିକାଲ । ଫଳରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଆସନ୍ତା ୨୦ ତାରିଖରେ ବନ୍ଦ ହେବ ସମ୍ବଲପୁର ସଦର ମେଡିକାଲରେ ଚାଲିଥିବା କୋଭିଡ ହସ୍ପିଟାଲ । ପୂର୍ବ ପରି ଏଠାରେ ସଦର ମେଡିକାଲ ଚାଲିବ । ଡାକ୍ତରଖାନାକୁ ସାନିଟାଇଜ କରି ସଦର ମେଡିକାଲର ପୂର୍ବ ରୂପରେଖ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତି ନେଇଛି ।

ବୁର୍ଲାରେ ଆଉ ଗୋଟିଏ କୋଭିଡ ହସ୍ପିଟାଲ ରହିଛି । ସମ୍ବଲପୁର ସଦର ମେଡିକାଲରେ କରୋନା ରୋଗୀ ନାହାନ୍ତି, ତେଣୁ ସଦର କୋଭିଡ ହସ୍ପିଟାଲକୁ ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତିକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି । ଏହାସହ କୋଭିଡ ହସ୍ପିଟାଲ ସମୟରେ ଆସିଥିବା ଆଇସିୟୁ, ଭେଂଟିଲେଟର ସମେତ ଅନ୍ୟାନ୍ୟ ଉପକରଣ ଏଠାରେ ରହୁ ବୋଲି ସାଧାରଣରେ ଦାବି ହୋଇଛି ।ଗତ ଏପ୍ରିଲ ମାସରୁ ସମ୍ବଲପୁର ସଦର ମେଡିକାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଥିଲା ।