କନକ ବ୍ୟୁରୋ: ଫିଲ୍ମର କାହାଣୀ ଭଳି ଜଣେ ଠକକୁ ଅପହରଣ କରି ପୋଲିସ ହାତରେ ଧରାପଡିଛନ୍ତି ଅପହରଣକାରୀ ଦୁଇ ଯୁବକ । ପୋଲିସର ସୂଚନା ଅନୁସାରେ ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରେ ରହୁଥିବା ସଦାନନ୍ଦ ବେହେରା, ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କୁ ଠକିଥିଲା । ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଚାକିରି କରାଇଦେବ କହି ସାଢେ ୩ ଲକ୍ଷ ଟଙ୍କା ଠକି ନେଇଥିଲା ସଦାନନ୍ଦ । ଦୁଇବର୍ଷ ପରେ ମଧ୍ୟ ଚାକିରି ଦେଇନଥିଲା କିମ୍ବା ଟଙ୍କା ଫେରାଇଲା ନଥିଲା । ତେଣୁ ଦେଇଥିବା ଟଙ୍କା ଫେରି ପାଇବାକୁ ସଦାନନ୍ଦକୁ ଅପହରଣ କରିନେଇଥିଲେ ପୁରୀ ଅଞ୍ଚଳର ପ୍ରମୋଦ ମହାନ୍ତି ଓ ନୟାଗଡର ସନ୍ତୋଷ ପଟ୍ଟନାୟକ ।
ପୁଲିସ ଚାକିରି କରାଇଦେବାକୁ କହି, ସାଢେ ୩ ଲକ୍ଷ ଠକି ନେଇଥିଲା ସଦାନନ୍ଦ । ଦୁଇ ବର୍ଷ ପରେ ବି ମିଳିଲାନି ଚାକିରି । ଟଙ୍କା ଆଦାୟ ପାଇଁ ସଦାନନ୍ଦକୁ ଅପହରଣ କରିଥିଲେ ଦୁଇ ଯୁବକ ।
Advertisment
Follow Us