କନକ ବ୍ୟୁରୋ: ଫିଲ୍ମର କାହାଣୀ ଭଳି ଜଣେ ଠକକୁ ଅପହରଣ କରି ପୋଲିସ ହାତରେ ଧରାପଡିଛନ୍ତି ଅପହରଣକାରୀ ଦୁଇ ଯୁବକ । ପୋଲିସର ସୂଚନା ଅନୁସାରେ ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳରେ ରହୁଥିବା ସଦାନନ୍ଦ ବେହେରା, ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କୁ ଠକିଥିଲା । ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଚାକିରି କରାଇଦେବ କହି ସାଢେ ୩ ଲକ୍ଷ ଟଙ୍କା ଠକି ନେଇଥିଲା ସଦାନନ୍ଦ । ଦୁଇବର୍ଷ ପରେ ମଧ୍ୟ ଚାକିରି ଦେଇନଥିଲା କିମ୍ବା ଟଙ୍କା ଫେରାଇଲା ନଥିଲା । ତେଣୁ ଦେଇଥିବା ଟଙ୍କା ଫେରି ପାଇବାକୁ ସଦାନନ୍ଦକୁ ଅପହରଣ କରିନେଇଥିଲେ ପୁରୀ ଅଞ୍ଚଳର ପ୍ରମୋଦ ମହାନ୍ତି ଓ ନୟାଗଡର ସନ୍ତୋଷ ପଟ୍ଟନାୟକ ।
ସ୍ୱାମୀଙ୍କୁ ଅପହରଣ କରିବା ପରେ ସଦାନନ୍ଦର ସ୍ତ୍ରୀଙ୍କୁ ଫୋନ କରି ସାଢେ ୩ଲକ୍ଷ ଟଙ୍କା ଦାବି କରିଥିଲେ ଦୁଇ ଯୁବକ । ଏନେଇ ସଦାନନ୍ଦର ସ୍ତ୍ରୀ, ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅପହରଣକାରୀ ଫୋନ କରିଥିବା ନମ୍ବରକୁ ଟ୍ରାକ କରି ପୋଲିସ ଖୋର୍ଦ୍ଧର ଏକ ଫାର୍ମହାଉସରେ ଚଢାଉ କରି ଠକ ସଦାନନ୍ଦ ସହିତ ଦୁଇ ଅପହରଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲା । ଆଉ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛି ସଦାନନ୍ଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/6-13.jpg)