ବିଜେପି ଛାଡିପାରନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଟିକେଟରୁ ସଦାନନ୍ଦ ଗୌଡା ନିର୍ବାଚନ ଲଢିବା ଚର୍ଚ୍ଚା ।
କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ସଦାନନ୍ଦ ଗୌଡା ଖୁବଶୀଘ୍ର ବିଜେପିକୁ ବାଏ ବାଏ କରିପାରନ୍ତି । ମିଳିଥିବା ସୂଚନା ମୁତାବକ ସଦାନନ୍ଦ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି । ଏନେଇ କଂଗ୍ରେସ ପକ୍ଷରୁ ସଦାନନ୍ଦଙ୍କ ସହ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ସଦାନନ୍ଦଙ୍କୁ ଉତ୍ତର ବାଙ୍ଗାଲୋର କିମ୍ବା ମହୀଶୂର ଆସନରୁ ପ୍ରାର୍ଥୀ କରିବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଚର୍ଚ୍ଚା ହେଉଛି । ଏବେ ସଦାନନ୍ଦ ଗୌଡ ବାଙ୍ଗାଲୋର ଉତ୍ତରରୁ ସାଂସଦ ଅଛନ୍ତି କିନ୍ତୁ ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ପ୍ରାର୍ଥୀ କରିଛି ଯାହାକୁ ନେଇ ସଦାନନ୍ଦ ଅସନ୍ତୁଷ୍ଟ ଅଛନ୍ତି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସଦାନନ୍ଦ ଗୌଡ ବିଜେପି ଛାଡିବା ଚର୍ଚ୍ଚା ଭିତରେ ଅନେକ ଦଳୀୟ ନେତା ତାଙ୍କ ଘରେ ପହଞ୍ଚି ବୁଝାଇବାକୁ ପ୍ରୟାସ କରିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସଦାନନ୍ଦ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । ମହୀଶୂର ଆସନରୁ ସଦାନନ୍ଦ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ କଂଗ୍ରେସ ନେତା ମଧ୍ୟ ସଦାନନ୍ଦଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଉଥିବା ଚର୍ଚ୍ଚା ହେଉଛି । ଏହାପୂର୍ବରୁ ମୋଦୀ ସରକାରରେ ସଦାନନ୍ଦ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।