କନକ ବ୍ୟୁରୋ: ବନ୍ଦର ନଗରୀ ପାରାଦୀପ ଲକପଡ଼ାରେ ରହୁଥିବା କୃଷ୍ଣପଦଙ୍କ ପରିବାରର ଦୁଖ କହିଲେ ନସରେ । ଘରେ ଦୁଇ ଦୁଇ ଜଣ ପକ୍ଷାଘାତ ରୋଗୀ । ସ୍ତ୍ରୀଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ସେ ପକ୍ଷାଘାତରେ ଆକ୍ରାନ୍ତ । ଅନ୍ୟପଟେ ମା’ ମଧ୍ୟ ପକ୍ଷାଘାତ ରୋଗୀ । ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମୁଲ ମଜୁରି ଲାଗିଲେ ପରିବାର ଚଳୁଥିଲା । ହେଲେ ଏବେ ସ୍ତ୍ରୀ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ କୃଷ୍ଣୁଙ୍କୁ ମା’ ଓ ସ୍ତ୍ରୀଙ୍କ ସେବା କରିବାକୁ ପଡ଼ୁଛି । ଫଳରେ ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୃଷ୍ଣଙ୍କ ପରିବାର । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ସେପଟେ ଚିକିତ୍ସା କରିବା ପାଇଁ ପାଖରେ ଟଙ୍କାଟିଏ ନଥିବାରୁ ଚିକିତ୍ସା ମା’ ଓ ସ୍ତ୍ରୀଙ୍କ ଚିକିତ୍ସା ହୋଇପାରୁନାହିଁ । ସରକାରୀ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଏମାନଙ୍କ ପାଖରେ ନାହିଁ । ଜନ୍ତ୍ରଣାରେ ଜର୍ଜରିତ ଏହି ପରିବାରକୁ ଦେଖିଲେ ବାସ୍ତବିକ ଦୁଃଖ କଣ ଯେ କେହି ବି ଅନୁଭବ କରିପାରିବ । ତୁରନ୍ତ ଏହି ପରିବାରକୁ ସହାୟତା ମିଳିଲେ ଏମୋନେ ଉପକୃତ ହୋଇପରନ୍ତେ ।

Advertisment