ବନ୍ଦ ହୋଇଗଲା କାମଧନ୍ଦା, କେମିତି ଚଳିବ ପରିବାର ? ଭଙ୍ଗା ଗୋଡରେ ଛୋଟେଇ ଛୋଟେଇ ପର ପାଖେ ଗାମୁଛା ପାତି ଭିକ ମାଗୁଛନ୍ତି ରବୀନ୍ଦ୍ର । ଭିକ ମିଳିଲେ ଭୋକ ମରୁଛି, ନମିଳିଲେ ଉପାସ ଶୋଉଛନ୍ତି ପୂରା ପରିବାର । ସରକାର ଶୁଣିବା ହେଉ…

ଫୁଙ୍ଗୁଳା ଦେହ, କାନ୍ଧରେ ଗାମୁଛା... ଗାଁ ଦାଣ୍ଡରେ ଏଘରରୁ ସେଘର ଛୋଟାଇ ଛୋଟାଇ ଭିକ ମାଗୁଛି ବୁଢା ବାପା ।

173
କରୋନା ସଜେଇଲା ଦାଣ୍ଡର ଭିକାରି … ଫୁଙ୍ଗୁଳା ଦେହ, କାନ୍ଧରେ ଗାମୁଛା… ଗାଁ ଦାଣ୍ଡରେ ଏଘରରୁ ସେଘର ଛୋଟାଇ ଛୋଟାଇ ଭିକ ମାଗୁଛି ବୁଢା ବାପା । ସେ କଣ ବା ଆଉ କରିପାରିବେ ଯେତେବେଳେ କରୋନା ତାଙ୍କୁ ଦାଣ୍ଡର ଭିକାରି ସଜେଇ ଦେଇଛି… ପର ପାଖରେ ହାତ ପତେଇବାକୁ ବାଧ୍ୟ କରିଛି ।
ନିମାପଡା ବାହାରଣା ବ୍ଲକର ରବିନ୍ଦ୍ର ନାଥ ମଲ୍ଲ । ପରିବାର କହିଲେ ସ୍ତ୍ରୀ ଏବଂ ୪ପିଲା । ପିଲାଛୁଆଙ୍କୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସଂସାର । ୨୦ ବର୍ଷ ହେବ ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାମ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ରବିନ୍ଦ୍ର, ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁର୍ଘଟଣାରେ ଗୋଡ ଭାଙ୍ଗିଗଲା… ମାସକୁ ୧୫ ହଜାର ଟଙ୍କା ରୋଜଗାର କରୁଥିବା ରବିନ୍ଦ୍ରଙ୍କୁ ଦିନକୁ ଶହେରୁ ଦେଢଶହ ଟଙ୍କାରେ କାମ କରିବାକୁ ପଡିଲା । ଆଉ ଏବେ କରୋନା ପାଇଁ ଚାକିରିରୁ କମ୍ପାନୀ ବାହାର କରିଦେବା ପରେ ଭଙ୍ଗା ଗୋଡରେ ଏଘରରୁ ସେଘର ବୁଲି ବୁଲି ଭିକ ମାଗୁଛନ୍ତି ରବିନ୍ଦ୍ର ।
ସବୁଠାରୁ ବିଡମ୍ବନାର ବିଷୟ ହେଉଛି ପରିବାର ପାଖରେ ନା ଆଧାର କାର୍ଡ ଅଛି ନା ରାସନ କାର୍ଡ । ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ବି ନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ସେପଟେ ପାଖରେ ଟଙ୍କା ପଇସା ନଥିବାରୁ ଭଙ୍ଗା କଲମ ଓ ଚିରା ଖାତାରେ ପାଠ ପଢୁଛନ୍ତି ପିଲା । ବଡ ଝିଅ ଜଣେ ମେଧାବୀ ଛାତ୍ରୀ, ଆଗକୁ ବଢିବା ପାଇଁ ତାଙ୍କର ଅନେକ ସ୍ୱପ୍ନ ରହିଛି । କିନ୍ତୁ  ପରିବାରର ଅଭାବ ଅନାଟନ ଭିତରେ ତାଙ୍କର ଭବିଷ୍ୟତ କଣ ଯେ ହେବ, ଭାବି ଭାବି ନିତି ଆଖିରୁ ଲୁହ ଝରାଉଛନ୍ତି ରବିନ୍ଦ୍ରଙ୍କ ସ୍ତ୍ରୀ । ଆଗକୁ ଯଦି କୌଣସି ସରକାରୀ ସହାୟତା ନମିଳେ ତେବେ ସେ ବିସ ପିଇ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏମାନେ କଣ ସରକାରଙ୍କୁ ଭୋଟ ଦେଇନଥିଲେ? ନା ଏମାନେ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ନୁହଁନ୍ତି? ଦେଖିବାକୁ ବାକି ରହିଲା ଏହି ବୁଢା ବାପା ମାଆଙ୍କ ଆଖିରୁ କେବେ ଲୁହ ଶୁଖୁଛି