ପତାକା ଧରି ଫେରୁଥିଲେ ଅଧା ବାଟରେ ଆଖି ବୁଜିଲେ ପ୍ରଧାନଶିକ୍ଷକ । ସାଧାରଣତନ୍ତ୍ର ଦିବସରେ ଜୟପୁରରୁ ଆସିଲା ଆଖି ଭିଜେଇ ଦେଲାଭଳି ଖବର

2,243

କନକ ବ୍ୟୁରୋ: ପତାକା ଧରି ଫେରୁଥିଲେ ଅଧା ବାଟରେ ଆଖି ବୁଜିଲେ ପ୍ରଧାନଶିକ୍ଷକ । ପିଲାଙ୍କ ପାଇଁ ଚକୋଲେଟ ଓ ପତାକା ନେଇ ଆସୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଖବର ଆସିଛି ଜୟପୁର କୋଟପାଟରୁ ।

ତେବେ ସାଧାରଣତନ୍ତ୍ର ଦିବସ ପାଇଁ ବଂଶଲି ହାଇସ୍କୁଲର ପ୍ରଧାନଶିକ୍ଷକ ଚକ୍ରଧର ପାଲ ମାର୍କେଟିଂ କରି ଫେରୁଥିଲେ । ପିଲାଙ୍କ ପାଇଁ ଚକୋଲେଟ ଏବଂ ପତାକା କିଣି ଫେରୁଥିବା ବେଳେ ବାସ୍ତମ୍ବା ନିକଟରେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା । ଆଉ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ତେବେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରଧାନଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।