ଅନ୍ୟ ମୋବାଇଲ୍ କମ୍ପାନୀକୁ ଚୀନ୍ ମୋବାଇଲ୍ କମ୍ପାନୀ କଡା ଟକ୍କର ଦେଉଛି । ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳୁଛି । କୋରିୟାର ଏକ ପ୍ରସିଦ୍ଧ କମ୍ପାନୀ ସାମସଙ୍ଗ୍ ଭାରତ ଏବେ ନିଜ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ ଯାଉଛି । କମ୍ପାନୀ ଏମ୍ପଲାଇଜର ସଂଖ୍ୟାରେ ୧୦୦୦ ପର୍ଯ୍ୟନ୍ତ କମ୍ କରିପାରେ । ଏହାପୂର୍ବରୁ ସାମସଙ୍ଗ ନିଜ ମାର୍ଜିନ୍ ଏବଂ ଲାଭାଶଂକୁ ମଧ୍ୟ କମ୍ କରିଥିଲା । ଏକ ଗଣମାଧ୍ୟମ ଖବର ଅନୁସାରେ , ଦେଶର ସବୁଠାରୁ ବଡ କଞ୍ଜ୍ୟୁମର୍ ଇଲେକ୍ଟ୍ରୋନିକ୍ ଏବଂ ମୋବାଇଲ୍ ଫୋନ୍ ମେକର୍ କମ୍ପାନୀ ସାମସଙ୍ଗକୁ ନିଜ ଲାଭକୁ ଉଠାଇବା ପାଇଁ କର୍ମଚାରୀଙ୍କୁ ଛଟେଇ କରିବାକୁ ପଡିବ । ସାମସଙ୍ଗ ଏବେ ପର୍ଯ୍ୟନ୍ତ ଟେଲିକମ୍ ଡିଭିଜନ୍ ର ୧୫୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିସାରିଛି । ଅକ୍ଟୋବର ପର୍ଯ୍ୟନ୍ତ ଅନେକ ଲୋକଙ୍କ ଚାକିରୀରୁ ଛଟେଇ ହୋଇପାରେ ।

Advertisment

publive-image

ଏହି ପୋଷ୍ଟ୍ ରେ ହୋଇପାରେ ଛଟେଇ : କର୍ମଚାରୀଙ୍କ ଏହି ପୋଷ୍ଟରେ ଛଟେଇରେ ସେଲ୍ସ , ମାର୍କେଟିଙ୍ଗ୍ , ଆରଏଡଡି , ମାନ୍ୟୁଫେକ୍ଚରିଙ୍ଗ୍ ,ଫାଇନାନ୍ସ ,ଏଚଆର ,କରପୋରେଟ୍ ରିଲେସନ୍ ଭଳି ବିଭାଗ ରହିଛି । ସାମସଙ୍ଗ୍ ସିୟୋଲ୍ ସ୍ଥିତ ମୁଖ୍ୟାଳୟର ନିର୍ଦ୍ଧେଶରେ ଏହା ହେଉଛି ଯାହାର ଉଦେ୍ଧଶ୍ୟ ଭାରତରେ ରେଭେନ୍ୟୁ ସ୍ଥାନରେ ଲାଭ ବଢାଇବା । ସାମସଙ୍ଗ ଇଣ୍ଡିଆରେ ଅପ୍ରିଲ୍ ମାସରୁ ହିଁ ଭର୍ତ୍ତି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି । ସାମସଙ୍ଗ ଇଣ୍ଡିଆରେ ଗତ ବର୍ଷରୁ ଏହି ସମସ୍ୟା ଆରମ୍ଭ ହୋଇଛି ।