ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀ ଟେରା । ବସ୍ତା ବସ୍ତା ଟଙ୍କା ଗଣି ମେସିନ ବି ହାଲିଆ । ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ । ଦେଖନ୍ତୁ ଏହି ଭିଜୁଆଲ ।

1,013

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ଯୋଉଠି ଖୋଜିବ ଖାଲି ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀଙ୍କ ଆଖି ଟେରା ହୋଇ ଗଲାଣି । ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି ।

ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି ।

ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ଆୟକର ବିଭାଗର ୧୫ରୁ ଅଧି ଟିମ୍ ଏକା ସାଙ୍ଗରେ ଚଢାଉ କରୁଛନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।