ବଦଳିଲା ସଚିବାଳୟ ମାର୍ଗର ନାମ । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ରାସ୍ତାକୁ ଲୋକସେବା ମାର୍ଗ ନାମରେ ନାମିତ କଲେ ରାଜ୍ୟ ସରକାର । 

366

କନକ ବ୍ୟୁରୋ : ବଦଳିଲା ସଚିବାଳୟ ମାର୍ଗର ନାମ  । ସଚିବାଳୟ ମାର୍ଗକୁ ଲୋକସେବା ମାର୍ଗ ଭାବେ ନାମିତ କଲେ ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ପୂର୍ବରୁ ସଚିବାଳୟ ମାର୍ଗ ଥିବା ବେଳେ ଏବେ ଏହା ଲୋକସେବା ମାର୍ଗ ନାମରେ ନାମିତ ହୋଇଛି ।

ଏହି ରାସ୍ତା ଲୋକସେବା ଭବନ (ପୂର୍ବରୁ ସଚିବାଳୟ)କୁ ସଂଯୋଗ କରୁଥିବାରୁ ଏହା ସଚିବାଳୟ ମାର୍ଗ ନାମରେ ନାମିତ ହୋଇଥିଲା । ତେବେ ଗତ କିଛି ଦିନ ପୂର୍ବେ ସଚିବାଳୟର ନାମ ପରିବର୍ତ୍ତନ କରି ଲୋକସେବା ଭବନ କରିଥିଲେ ରାଜ୍ୟ ସରକାର । ଆଉ ଏହାପରେ ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ କରି ଲୋକସେବା ମାର୍ଗ କରିଛନ୍ତି ରାଜ୍ୟ ସରକାର ।