ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି

487

କନକ ବ୍ୟୁରୋ : ପାଖେଇ ଆସୁଛି ଶୁଭ ସମୟ । ଜାନୁଆରୀ ୨୨ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାଖାପାଖି ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯିବ । ସ୍ୱତନ୍ତ୍ର ଭାବେ ୩୨ଶହ ସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଜନୀତି, ଶିଳ୍ପପତି, କ୍ରିକେଟର, ସିନେ ଜଗତ ଓ ଧର୍ମଗୁରୁ ଯୋଗ ଦେବେ । ଅତିଥି ତାଲିକାରେ କ୍ରିକେଟର ବିରାଟ କୋହଲୀ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର. ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ, ରତନ ଟାଟା ନାଁ ଥିବା ସୂଚନା ରହିଛି । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୬ ତାରିଖରୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେପଟେ କାଶୀରେ ସେହି ଦିନ ଦୀପତ୍ସୋବ ପାଳନ ପାଇଁ ବ୍ୟବସ୍ଥା କରାଯାଉଛି । ଶ୍ରୀରାମ ମନ୍ଦିରରେ ହେବ ପ୍ରାଣପ୍ରତିଷ୍ଠା । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଉତ୍ସବ ଭାବେ ପାଳନ କରିବାକୁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଉଛି । ମୁଖ୍ୟ ଅତିଥିଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବା ନେଇ ସୂଚନା ରହିଛି ।