ସତ ମାନିଲେ ସଚିନ୍ ୱାଜେ । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ନିକଟରେ ଗାଡିରେ ତାଙ୍କ ଡ୍ରାଇଭର ରଖିଥିଲେ ବିସ୍ଫୋରକ । 

266

କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କ ଘର ନିକଟରେ କାର ଭିତରେ ବିସ୍ଫୋରକ ରଖିଥିଲା କିଏ । ଏହି ଗୋଟିଏ ପ୍ରଶ୍ନର ଖିଅ ଖୋଜୁ ଖୋଜୁ ଜାତୀୟ ତଦନ୍ତକାରୀ ସଂସ୍ଥା , ଏନଆଇଏ ହାତରେ ଲାଗିଛି ରୋଚକ ତଥ୍ୟ । ଅଜଣା କାର ଭିତରେ ବିସ୍ଫୋରକକୁ ସଚିନ୍ ବାଜେ ନୁହଁନ୍ତି. ତାଙ୍କର ଡ୍ରାଇଭର ରଖିଥିଲେ । ଏନଆଇଏ ତଦନ୍ତରୁ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ମୁକେଶ ଅମ୍ୱୀନୀଙ୍କ ଘର ନିକଟରେ ଅଜଣା କାର ମାମଲା । କିଏ ରଖିଥିଲା ଏହି ଅଜଣା କାର ଭିତରେ ଜିଲୋଟିନ୍ ବ୍ୟାଗ୍ । ଦେଶର ଜାତୀୟ ତଦନ୍ତକାରୀ ସଂସ୍ଥା, ଏନଆଇଏ ଏହି ମାମଲାରେ ଖୋଳତାଡ କରିବା ସମୟରେ ଦିନକୁ ଦିନ , ମାମଲାକୁ ନେଇ ରୋଚକ ତଥ୍ୟ ସବୁ ସାମ୍ନାକୁ ଆସୁଛି । ବର୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆପଣଙ୍କୁ ବି ଚକିତ କରିବ ।

ଏନଆଇଏ ତଦନ୍ତ ସମୟରେ , ଗିରଫ ହୋଇଥିବା ମୁମ୍ୱାଇ ପୋଲିସର ସଚିନ ବାଜେ ସ୍ୱୀକାର କରିଛନ୍ତି ଏହି ଅଜଣା କାରକୁ ମୁକେଶ ଅମ୍ୱାନୀଙ୍କ ବାସଭବନ ଆଣ୍ଟିଲିଆ ନିକଟରେ ରଖିବା ପଛରେ ରହିଥିଲା ତାଙ୍କର ହାତ । ଆଉ ଏହା ବି ସେ ସ୍ୱୀକାର କରିଛନ୍ତି , ଘଟଣା ଦିନ ତାଙ୍କ ଡ୍ରାଇଭର ହିଁ ସେହି କାର ଭିତରେ ଜିଲୋଟିନ୍ ବ୍ୟାଗ୍ ରଖି , ମୁଖା ପିନ୍ଧି ପଛ ଗେଟ ଦେଇ ଅନ୍ଧାରରେ ବାହାରି ଆସିଥିଲା । ଗତ ଫେବ୍ରୁଆରୀ ୨୫ ତାରିଖରେ ସଚିନ ୱାଜେଙ୍କ ବ୍ୟକ୍ତିଗତ ଗାଡି ଚାଳକ ଏହି ବିସ୍ଫୋରକକୁ ରଖି ଚୁପଚାପ୍ କାମ ସାରି ଖସି ଯାଇଥିଲେ ।

ଗତ ଫେବ୍ରୁଆରୀ ୨୫ ତାରିଖରେ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଦୁଇଟି କାର  । ସେତେବେଳେ ଏହି ଦ୍ୱିତୀୟ କାରଟି କୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । କାରଣ ଏହି ଅଜଣା କାର , ଆଣ୍ଟିଲିଆ ନିକଟରେ ପାର୍କିଂ ହେବା ଆଗରୁ ଧୀରେ ଧୀରେ ଚାଲି ଯାଇଥିଲା । ଏନଆଇଏ ତଦନ୍ତ ସମୟରେ ଏକଥା ବି ସାମନାକୁ ଆସିଛି କି , କିଏ ଚଳାଉଥିଲା ଏହି ଦ୍ୱିତୀୟ କାର । ଏନଆଇଏ ସୂଚନା ଅନୁସାରେ ସଚିନ ୱାଜେ ଚଳାଉଥିଲେ ଏହି ଦ୍ୱିତୀୟ କାର । ବିସ୍ଫୋରକ ସହିତ କାରଟିକୁ ତାଙ୍କର ଡ୍ରାଇଭର ଆଣ୍ଟିଲିଆ ନିକଟରେ ଛାଡିବା ଆଗରୁ ସେ କିନ୍ତୁ ଚୁପଚାପ୍ ଖସି ଯାଇଥିଲେ ।

ଏନଆଇଏ ତଦନ୍ତରୁ ଏକଥା ବି ସାମ୍ନାକୁ ଆସିଛି , ବିସ୍ଫୋରକ ରଖାଯାଇଥିବା କାର ସହିତ ଆସିଥିଲା ସଚିନ ୱାଜେଙ୍କ କାର । ସେଥିପାଇଁ କୌଣସି ଟ୍ରାଫିକ୍ ପୋଷ୍ଟରେ ତାକୁ କେହି ଅଟକାଇବାକୁ ସାହସ କରିନଥିଲେ । କାମ ସରିବା ପରେ ସଚିନ ୱାଜେ ସେହି ଡ୍ରାଇଭରଙ୍କୁ ନିଜ ଗାଡିରେ ବସାଇ ଆଣ୍ଟିଲିଆ ନିକଟରୁ ଚାଲି ଯାଇଥିଲେ । ଏପରିକି ଏହାର ପ୍ରମାଣ ନଷ୍ଟ କରିବାକୁ ଥାନାର ଡିଭିଆରରୁ ପୋଲିସ ହେଡକ୍ୱାର୍ଟର ଏବଂ ସାକେତ୍ ସୋସାଇଟିର ଦୁଇଟି ଅଡିଓକୁ ନଷ୍ଟ କରିଦେଇଥିବା ଜଣାପଡିଛି ।