ସଚିନଙ୍କୁ କରୋନା । ଟ୍ୱିଟ୍ କରି ସୂଚନା ଦେଲେ ମାଷ୍ଟର ବ୍ଲାଷ୍ଟର, ନିଜକୁ ସଙ୍ଗରୋଧରେ ରଖିଲେ ସଚିନ୍ ।

317

କନକ ବ୍ୟୁରୋ : ସଚିନ ତେନ୍ଦୁଲକରଙ୍କୁ କରୋନା । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି ।

କରୋନା ପଜିଟିଭ ଚିହ୍ନଟ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଚିନ । ଆଉ ଏହାସହ କରୋନାର ସମସ୍ତ ଗାଇଡଲାଇନ ପାଳନ କରୁଥିବା ନେଇ ସୂଚନା ଦେଇଚନ୍ତି ତେନ୍ଦୁଲକର । ତେବେ ପରିବାରର ଅନ୍ୟ ସଦସ୍ୟଙ୍କର କରୋନା ଟେଷ୍ଟ ହୋଇଥିଲେ ମଧ୍ୟ ସମମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ସଚିନ୍ । ତେବେ ତାଙ୍କର ଚିକିତ୍ସା କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍ ।