କନକ ବ୍ୟୁରୋ : ମୁମ୍ବାଇ ଛାଡ଼ି ଗୋଆରୁ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଏନଓସି ଦେବା ପାଇଁ ମୁମ୍ବାଇ କ୍ରିକେଟ ସଂଘକୁ ଆବେଦନ କରିଛନ୍ତି । ଅଧିକ ସୁଯୋଗ ଆଶାରେ ନେଉଛନ୍ତି ବଡ଼ ପଦକ୍ଷେପ । ୨୨ ବର୍ଷ ବୟସ୍କ ବାମହାତୀ ପେସର ଅର୍ଜୁନ ଆଇପିଏଲ ଫ୍ରାଂଚାଇନ୍ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ।

Advertisment

ବରଂ ସେ ମୁମ୍ବାଇ ପକ୍ଷରୁ ୨୦୨୦-୨୧ ସିଜିନରେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ୨ଟି ମ୍ୟାଚ ଖେଳିଥିଲେ । ଏହି ୨ଟି ମ୍ୟାଚ ସେ ହରିୟାଣା ଓ ପୁଡ଼ୁଚେରୀ ବିପକ୍ଷରେ ହିଁ ଖେଳିଥିଲେ । ମୁମ୍ବାଇ ରଣଜୀ ଦଳରେ ତାଙ୍କୁ ଖେଳିବାର ସୁଯାଗ ମଧ୍ୟ ମିଳୁନି । ତାଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବାକୁ ହେଲେ ତାଙ୍କୁ ଅଧିକରୁ ଅଧିକ ମ୍ୟାଚ ଖେଳିବା ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଜୁନ ଅନୁଭବ କରିସାରିଲେଣି । ସେଥିପାଇଁ ସେ ଏବେ ମୁମ୍ବାଇ ଛାଡ଼ି ଗୋଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁମ୍ବାଇ ଛାଡ଼ିବେ, ଗୋଆରୁ ଖେଳିବେ

- ଗୋଆ ପାଇଁ ଖେଳିବେ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର
- ଏନଓସି ଦେବା ପାଇଁ ମୁମ୍ବାଇ କ୍ରିକେଟ ସଂଘକୁ ଆବେଦନ
- ଗୋଆ କ୍ରିକେଟ୍ ସଂଘର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା
- ଜଣେ ବାମହାତୀ ଦକ୍ଷ ବୋଲରଙ୍କ ସନ୍ଧାନରେ ଗୋଆ ରଣଜୀ ଟିମ୍
- ଅର୍ଜୁନ ତେନ୍ଦୁଲକର ପୂରଣ କରିପାରିବେ ଆବଶ୍ୟକତା
- ଆଇପିଏଲ ଫ୍ରାଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲେ ଅର୍ଜୁନ
- ମିଳିନି ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ
- ୨୦୨୦-୨୧ ସିିଜିନରେ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଖେଳିଥିଲେ ୨ଟି ମ୍ୟାଚ୍
- ହରିୟାଣା ଓ ପୁଡ଼ୁଚେରୀ ବିପକ୍ଷରେ ମିଳିଥିଲା ସୁଯୋଗ
- କ୍ୟାରିୟର ଆଗକୁ ବଢ଼ାଇବା ପାଇଁ ଗୋଆରୁ ଖେଳିବା ନିଷ୍ପତ୍ତି
- ୧୯ ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ୨ଟି ମ୍ୟାଚ୍