ବହୁଚର୍ଚ୍ଚିତ ପାଣ୍ଡୋରା ପେପର୍ସ : ସେୟାର ବିକି ଲାଭବାନ ହୋଇଛନ୍ତି ସଚିନ ?

ବ୍ରିଟିଶ ଭର୍ଜିନ ଆଇଲାଣ୍ଡରେ ଥିବା କମ୍ପାନୀରେ ୩ଜଣ କିଣିଥିଲେ ଶେୟାର; କମ୍ପାନୀ ବନ୍ଦ ହେବା ପରେ ଶେୟାର ବିକି ହୋଇଛନ୍ତି ଲାଭବାନ

355

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଣ୍ଡୋରା ପେପର୍ସରେ ରହିଛି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାଁ । ବିଦେଶୀ କମ୍ପାନୀରୁ ବିପୁଳ ଲାଭ ପାଇଥିବା ନେଇ ଏହି ଦସ୍ତାବିଜରେ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଂଜଳୀ ତେନ୍ଦୁଲକର ଓ ଶ୍ୱଶୁର ଆନନ୍ଦ ମେହଟା ବିଟ୍ରିଶ ଭର୍ଜିନ ଆଇଲ୍ୟାଣ୍ଡରେ ଏକ କମ୍ପାନୀରେ ସେୟାର କିଣିଥିଲେ । ସାସ୍ ଇଂଟରନ୍ୟାସନାଲ ଲିମିଟେଡ କମ୍ପାନୀରେ ଏମାନେ ସେୟାର କିଣିଥିଲେ । ୨୦୧୬ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିବା ବେଳେ ନିଜ ନିଜର ସେୟାର ବିକି ପ୍ରଚୁର ଲାଭ କରିଛନ୍ତି ସଚିନ, ପତ୍ନୀ ଓ ତାଙ୍କ ଶ୍ୱଶୁର ।

ପ୍ରାୟ ୯ଟି ସେୟାରକୁ ୮ଲକ୍ଷ ୫୬ହଜାର ୭୦୨ଡଲାରରେ ବିକିଛନ୍ତି ସଚିନ । ଅଂଜଳୀଙ୍କ ନିକଟରେ ଥିବା ୧୪ଟି ସେୟାରକୁ ୧୩ଲକ୍ଷ ୭୫ହଜାର ୭୧୪ଡଲାରରେ ବିକ୍ରି କରାଯାଇଛି । ସେହିପରି ଆନନ୍ଦ ମେହଟା ତାଙ୍କ ପାଖରେ ଥିବା ୫ଟି ସେୟାରକୁ ୪ଲକ୍ଷ ୫୩ହଜାର ୮୨ଡଲାରେ ବିକ୍ରି କରିଛନ୍ତି । ମୋଟାମୋଟି କହିବାକୁ ଗଲେ ବିଦେଶୀ କମ୍ପାନୀରେ ପୁଂଜି ନିବେଶ କରି ସଚିନ ମୋଟା ଅଙ୍କର ଲାଭ ପାଇଛନ୍ତି ବୋଲି ପାଣ୍ଡେରା ପେପର୍ସ ତଥ୍ୟରୁ ଜଣାପଡିଛି । ହେଲେ ସଚିନଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ତାଙ୍କର ସମସ୍ତ ନିବେଶର ତଥ୍ୟ ଟିକସ କର୍ତୃପକ୍ଷଙ୍କୁ ଦିଆଯାଇଛି ।