କନକ ବ୍ୟୁରୋ: ବର୍ମିଂହାମରେ ଇଂଲଣ୍ଡଠାରୁ ଭାରତ ପରାଜିତ ହେବା ପରେ ବିଜୟଧାରାକୁ ଫେରିବା ପାଇଁ ଭାରତକୁ ବିଜୟମନ୍ତ୍ର ଦେଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏକ ଘରୋଇ ଚ୍ୟାନେଲକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ବାଂଲାଦେଶ ଠାରୁ ବି ସାବଧାନ ରହୁ ଭାରତ । ବାଂଲାଦେଶରେ ବି ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । ଏକ ଲମ୍ବା ପ୍ରତିଯୋଗିତାରେ ଏମିତି ହାରଜିତ ଲାଗିରହିଥାଏ ।
ଭାରତ ବିଶ୍ୱକପ ଜିତିବାକୁ ସକ୍ଷମ ରହିଛି । ପାକିସ୍ତାନ ନୁହେଁ ଆମକୁ ନିଜ ଖେଳପ୍ରତି ଧ୍ୟାନଦେବା ଆବଶ୍ୟକ । ଇଂଲଣ୍ଡ ବହୁତ ଭଲ ଖେଳି ଜିତିଲା । ସମସ୍ତଙ୍କୁ ଏବେ ବି ବିରାଟଙ୍କ ଶତକକୁ ଅପେକ୍ଷା କରି ରହିଛନ୍ତି । କୌଣସି ବି ଟିମ ହାରିବା ଲାଗି ପଡିଆକୁ ଓହ୍ଲାଇନଥାଏ । ଋଷଭ ପନ୍ଥ ଜଣେ ପ୍ରତିଭାବାନ ଖେଳାଳି । ତାଙ୍କୁ ତାଙ୍କ ଅନୁସାରେ ଖେଳିବାକୁ ଦିଆଯାଉ । ବାଂଲାଦେଶ ବିଶ୍ୱକପରେ ବଡ ବଡ ଟିମ ବିରୋଧରେ ଭଲ ପ୍ରଦର୍ଶନ କରିଛି । ତେଣୁ ଭାରତ ପାଇଁ ବାଲାଂଦେଶ ସହ ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।
ସେପଟେ ଭାରତର ପରାଜୟ ନେଇ ଦୁଇଟି କାରଣ ଦର୍ଶାଇଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଓପନର ଲୋକେଶ ରାହୁଲ ଆଉଟ ହେବା ପରେ ପ୍ରଥମ ୧୦ ଓଭରରେ କୋହଲି ଓ ରୋହିତ ଶର୍ମାଙ୍କ ଧିମା ବ୍ୟାଟିଂ ପ୍ରଥମ କାରଣ ଥିଲା ବୋଲି କହିଛନ୍ତି ସୌରଭ । ଦ୍ୱିତୀୟରେ ଅନ୍ତିମ ୫ ଓଭରରେ ମ୍ୟାଚ ଫିନିସର ଭାବେ ଜଣାଶୁଣା ଧୋନି ଏବଂ କେଦାର ଯାଦବଙ୍କ ଧିମା ବ୍ୟାଟିଂ ରନ ହାରକୁ ବଢାଇଥିଲା । ଯାହା ଫଳରେ ଓଭର ପିଛା ରନ୍ ହାର ୧୩ରେ ଛୁଇଁଥିଲା ।
Follow Us
/kanak/media/post_attachments/wp-content/uploads/2019/05/event-2019-during-cricket-world-trophy-trophy_57aa3316-7603-11e9-9ebe-bd8a57c16f3e-300x169.jpg)
/kanak/media/post_attachments/wp-content/uploads/2019/07/Sourav-Ganguly-2-300x188.jpg)