କନକ ବ୍ୟୁରୋ: ଭାଇରାଲ ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡିପ ଫେକ୍ ଭିଡିଓ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ କ୍ରିକେଟର ଭଗବାନ । ଏଥିସହିତ ସେ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରି ଏହା ମିଛ ଭିଡିଓ ବୋଲି ସୂଚନା ଦେଇଛନ୍ତି ।
ଗତ କିଛି ମାସ ଧରି ଏଆଇ ସାହାଯ୍ୟରେ ଲୋକପ୍ରିୟ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଚିନ ଏକ ଆପର ପ୍ରମୋସନ୍ କରୁଥିବା ଦେଖିବାକୁ ମିଳୁଛି । ଆଉ ଏହି ଏଆଇ ଭିଡିଓରେ ସଚିନଙ୍କ ଭିଡିଓ ଡବିଂ କରି ଏଡିଟ୍ କରାଯାଇଥିବା ଜଣାପଡିଛି ।
These videos are fake. It is disturbing to see rampant misuse of technology. Request everyone to report videos, ads & apps like these in large numbers.
Social Media platforms need to be alert and responsive to complaints. Swift action from their end is crucial to stopping the… pic.twitter.com/4MwXthxSOM
— Sachin Tendulkar (@sachin_rt) January 15, 2024
ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ, ସଚିନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଏହି ଭିଡିଓ ଫେକ୍ ଅଟେ । ଟେକ୍ନୋଲୋଜିର ଖରାପ ବ୍ୟବହାର କରାଯାଉଛି । ତେଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଆପ୍ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ରିକେଟର ଶୁଭମନ ଗିଲଙ୍କର ମଧ୍ୟ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/01/tendulkar.jpg)