ମଡେଲିଂରେ ଡେବ୍ୟୁ କରିବେ କି ସଚିନଙ୍କ ଝିଅ ସାରା? ବିଜ୍ଞାପନ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

443

କନକ ବ୍ୟୁରୋ: ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା । କାରଣ ସାରା ଏବେ ମଡେଲିଂ ଦୁନିଆରେ ପାଦ ଦେବେ ବୋଲି କୁହାଯାଉଛି । ନିଜ ଇନଷ୍ଟାଗ୍ରାମରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ କମ୍ପାନୀର ଆଡରେ ନଜର ଆସୁଛନ୍ତି ।

 

View this post on Instagram

 

A post shared by Sara Tendulkar (@saratendulkar)

ଏକ ଡ୍ରେସ ବ୍ରାଣ୍ଡ ପାଇଁ ସାରା ଏହି ଆଡ କରିଛନ୍ତି । ସାରାଙ୍କ ସହ ଏହି ଭିଡିଓରେ ଅନ୍ୟ ଦୁଇ ଜଣ ମଡେଲ ମଧ୍ୟ ରହିଛନ୍ତି । ଏହାସହ ନିକଟରେ ସାରାଙ୍କ ଏକ ସ୍ପେଶାଲ ଡେଟ ନାଇଟ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବଲିଉଡ ସିଙ୍ଗର କନିକା କପୁରଙ୍କ ସହ ନଜର ଆସିଥିଲେ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସାରା ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସାରା ମଡେଲିଂ ଦୁନିଆରେ ପ୍ରବେଶ କରିଥିବା ବେଳେ ଆଗାମୀ ଦିନରେ ସେ ଅଭିନୟ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।