କନକ ବ୍ୟୁରୋ: ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା । କାରଣ ସାରା ଏବେ ମଡେଲିଂ ଦୁନିଆରେ ପାଦ ଦେବେ ବୋଲି କୁହାଯାଉଛି । ନିଜ ଇନଷ୍ଟାଗ୍ରାମରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ କମ୍ପାନୀର ଆଡରେ ନଜର ଆସୁଛନ୍ତି ।
View this post on Instagram
ଏକ ଡ୍ରେସ ବ୍ରାଣ୍ଡ ପାଇଁ ସାରା ଏହି ଆଡ କରିଛନ୍ତି । ସାରାଙ୍କ ସହ ଏହି ଭିଡିଓରେ ଅନ୍ୟ ଦୁଇ ଜଣ ମଡେଲ ମଧ୍ୟ ରହିଛନ୍ତି । ଏହାସହ ନିକଟରେ ସାରାଙ୍କ ଏକ ସ୍ପେଶାଲ ଡେଟ ନାଇଟ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବଲିଉଡ ସିଙ୍ଗର କନିକା କପୁରଙ୍କ ସହ ନଜର ଆସିଥିଲେ ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସାରା ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସାରା ମଡେଲିଂ ଦୁନିଆରେ ପ୍ରବେଶ କରିଥିବା ବେଳେ ଆଗାମୀ ଦିନରେ ସେ ଅଭିନୟ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/12/28-8.jpg)