କ୍ରିକେଟ ମୈଦାନରେ କୁନି ତେନ୍ଦୁଲକର। ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚ୍ଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବାର ଦୀର୍ଘ ବର୍ଷ ହୋଇଯାଇଛି । କିନ୍ତୁ ଆଜି ବି ସଚ୍ଚିନ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । କ୍ରିକେଟକୁ ପସନ୍ଦ କରୁଥିବା ବାପା ମା ଚାହାନ୍ତି ତାଙ୍କ ପିଲା ବଡ ହୋଇ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ହୁଅନ୍ତୁ । ଏଭଳି ପ୍ରେରଣାଦାୟକ ଏକ ଟ୍ବିଟକୁ ଯେତେବେଳେ ସଚ୍ଚିନ ତେନ୍ଦୁଲକର ଦେଖିଥିଲେ, ସେତେବେଳେ ସେ ଆଶ୍ଚଯ୍ୟ ହୋଇଯାଇଥିଲେ।

Advertisment

ସୂଚନାନୁସାରେ,ଟ୍ବିଟରରେ ଆନନ୍ଦ ମେହେତା ନାମକ ଜଣେ ବ୍ୟକ୍ତି ୧୦ ମାସର ନିଜର ଭଣଜା ଶ୍ରେଷ୍ଠଙ୍କର କିଛି ଫଟୋ ସଚ୍ଚିନଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଥିଲେ। ଫଟୋରେ ୧୦ ମାସର ଶ୍ରେଷ୍ଠଙ୍କ ଟିମ୍ ଇଣ୍ଡିଆର ନୀଳ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି । ଜର୍ସିର ପଛରେ ୧୦ ନମ୍ବର ଲେଖା ହୋଇଥିବା ବେଳେ ଉପରେ ଲେଖା ହୋଇଛି ତେନ୍ଦୁଲକର। ଏହି କୁନି ତେନ୍ଦୁଲକରଙ୍କ ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରେଷ୍ଠଙ୍କର ଏହି ଫଟୋ କ୍ରିକେଟ ପଡିଆର, ଯେଉଁଠି ସେ ଏକ କିଟ୍ ବ୍ୟାଗ ଧରି ବସିଛନ୍ତି ଓ ଆଉ ଏକ ଫଟୋରେ ବ୍ୟାଟ୍ ଧରି ଠିଆ ହୋଇଛନ୍ତି। ସଚ୍ଚିନ୍ ଯେତେବେଳେ ଟ୍ବିଟରରେ ଶ୍ରେଷ୍ଠଙ୍କର ଏହି ଫଟୋ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଚ୍ଚିନ୍ ଟ୍ବିଟ୍ କରି ଜବାବ୍ ଦେଇ ଲେଖିଥିଲେ, କ୍ରିକେଟ୍ ପାଇଁ ଶ୍ରେଷ୍ଠ ଛୋଟ ନୁହେଁ। ଏଭଳି ଖୁବ୍ ସୁନ୍ଦର ଫଟୋ ସେୟାର କରିଥିବାରୁ ଧନ୍ୟବାଦ। ମୁଁ ୧୦ ମାସର ଶ୍ରେଷ୍ଠ ଓ ତାଙ୍କର ପରିବାରଲୋକଙ୍କୁ ଶୁଭେଚ୍ଛା ଜଣାଉଛି।’ ଆନନ୍ଦ ସଚ୍ଚିନଙ୍କୁ ଫଟୋଗୁଡ଼ିକୁ ଟ୍ୟାଗ୍ କରିଥିଲେ। କିନ୍ତୁ ସେ ଆଶା କରିନଥିଲେ ଯେ ସଚ୍ଚିନ ଏହା ଉପରେ ଉତ୍ତର ଦେବେ। ଆନନ୍ଦ ଯେତେବେଳେ ସଚ୍ଚିନଙ୍କ ଉତ୍ତର ଦେଖି ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ଶ୍ରେଷ୍ଠଙ୍କ ଫଟୋ ଉପରେ ସଚ୍ଚିନଙ୍କ ଟ୍ବିଟ୍ ପରେ ସେ ଖୁବ୍ ଭାଇରାଲ ହେବାରେ ଲାଗିଛି ।