ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ମାର୍ଚ୍ଚ  ୨୭ ତାରିଖରେ ହୋଇଥିଲେ କରୋନା ସଂକ୍ରମିତ ।

136

କନକ ବ୍ୟୁରୋ : କରୋନା ଭୂତାଣୁରେ ସଂକ୍ରମିତ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ସେ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିବେ ବୋଲି କହିଛନ୍ତି । କହିରଖୁ କି ମାର୍ଚ୍ଚ ୨୭ ତାରିଖରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହାପରେ ସେ ନିଜଘରେ ସଂଗରୋଧରେ ରହିଥିଲେ ।

ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ସବୁ ପରାମର୍ଶ ପାଳନ କରୁଥିଲେ ବୋଲି ସେ କହିଛନ୍ତି । ଏହାସହ ସେ ଲଗାତର ଭାବେ ପରୀକ୍ଷା କରାଇଛନ୍ତି । ଅନ୍ୟପଟେ ସଚିନ ତାଙ୍କର ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ କରାଇଥିଲେ ବି ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କଥା ସେ କହିଛନ୍ତି । ଏହାସହ ସଚିନ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ଭାରତ ବିଶ୍ୱକପ୍ ଚମ୍ପିୟାନ ହେବାର ଦଶମ ବାର୍ଷିକିରେ ଭାରତୀୟ ଟିମ୍ ଓ ସାଥୀ ମାନଙ୍କୁ ଶୁଭେଚ୍ଛା ଜଣାଉଛି ।