କନକ ବ୍ୟୁରୋ: ପୁଣି ଚାଲିଲା ସଚିନଙ୍କ ବ୍ୟାଟ୍ । କିନ୍ତୁ ଏଥର ପଡିଆରେ ନୁହେଁ ରାସ୍ତା ଉପରେ କ୍ରିକେଟ ଖେଳିଲେ ସଚିନ । କାଶ୍ମୀର ଗୁଲମାର୍ଗରେ ସ୍ଥାନୀୟ ଲୋକଙ୍କ ସହ କ୍ରିକେଟ ଖେଳିଛନ୍ତି ମାଷ୍ଟର ବ୍ଲାଷ୍ଟର ଆଉ ଛକା, ଚୌକା ବର୍ଷା ମଧ୍ୟ କରିଛନ୍ତି । ବୋଲରଙ୍କୁ ଆଉଟ୍ କରିବାକୁ ଚ୍ୟାଲେଞ୍ଜ ଦେଇ ବ୍ୟାଟ୍ ଓଲଟା ଧରି ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ସଚିନ । ଯାହାର ଭିଡିଓ ନିଜେ ସଚିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି, କିଛି ଲୋକ ରାସ୍ତାରେ କ୍ରିକେଟ ଖେଳୁଥିବା ବେଳେ ସଚିନ୍ ତାଙ୍କ ପରିବାର ସହ ସେଠାରେ ପହଞ୍ଚିଥିଲେ ଆଉ କାରରୁ ଓହ୍ଲାଇ ସେମାନଙ୍କ କ୍ରିକେଟ ଖେଳିଥିଲେ । ସଚିନ ଭିିଡିଓ ପୋଷ୍ଟ କରି ଲେଖିଛନ୍ତି, କ୍ରିକେଟ ଏବଂ କାଶ୍ମୀର: ସ୍ୱର୍ଗରେ ମ୍ୟାଚ ।
Cricket & Kashmir: A MATCH in HEAVEN! pic.twitter.com/rAG9z5tkJV
— Sachin Tendulkar (@sachin_rt) February 22, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/SACHIN-TENDULKAR-KASHMIR-CRICKET.jpg)