ଦୀପାବଳି ପରେ ଯୁବରାଜଙ୍କର ହେବ ରାଜତିଳକ ! କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ ଗାନ୍ଧି

29

କନକ ବ୍ୟୁରୋ : କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧିଙ୍କର ହେବ ରାଜତିଳକ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । କଂଗ୍ରେସର ଅଧ୍ୟକ୍ଷ ହେବେ ରାହୁଲ ଗାନ୍ଧି । ଦୀପାବଳୀ ପରେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ ବୋଲି ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ୍ । ତାଙ୍କ କହିବା ଅନୁସାରେ, ଦୀର୍ଘ ଦିନ ଧରି ରାହୁଲଙ୍କୁ ନେଇ ଦଳ ଭିତରେ ଚର୍ଚ୍ଚା ଲାଗି ରହିଥିଲା । ତା ଛଡା ରାହୁଲ ଗାନ୍ଧି ଦଳର ଉପାଧ୍ୟକ୍ଷ ଭାବେ ବହୁ କାମ ହାତକୁ ନେଇ ସଫଳତାର ସହ ସଂପାଦନ କରିଛନ୍ତି । ଏହାଛଡା ଦେଶର କଂଗ୍ରେସ ନେତା ମାନେ ମଧ୍ୟ ତାଙ୍କୁ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ ସକ୍ରୀୟ ରାଜନୀତିରେ ଆସିବା ପ୍ରସଙ୍ଗରେ ସଚିନ କହିଛନ୍ତି, ସେ କଂଗ୍ରେସ ଦଳର, କିନ୍ତୁ ସକ୍ରୀୟ ରାଜନୀତିରେ ଆସିବା ନିଷ୍ପତି ତାଙ୍କର ବ୍ୟକ୍ତିଗତ । ଦକ୍ଷତା ଉପରେ ହିଁ ସଫଳତା ନିର୍ଭର କରେ । ତେଣୁ ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି କରିବା ଘଟଣାକୁ ବଂଶବାଦ କହିବା ଭୁଲ ହେବ ବୋଲି ସଚିନ ପାଇଲଟ କହିଛନ୍ତି । ରାଜସ୍ଥାନର ଏହି ଯୁବ କଂଗ୍ରେସ ନେତା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବେଶ୍ ଘନିଷ୍ଠ ଭାବେ ଜଣାଶୁଣା ।