ସଚିନ୍ ଦେଲେ ଷ୍ଟୋକ୍ସଙ୍କୁ ପୁରସ୍କାର ! ରୋମାଞ୍ଚଭରା ଫାଇନାଲରେ ବୀରତ୍ୱପୂର୍ଣ୍ଣ ବ୍ୟାଟିଂ ପାଇଁ ‘ପ୍ଲେୟାର ଅଫ୍ ଦି ଫାଇନାଲ’ ବିବେଚିତ ହେଲେ ବେନ୍ ଷ୍ଟୋକ୍ସ ।

883

କନକ ବ୍ୟୁରୋ : ଲର୍ଡସରେ ଲେଖା ହୋଇଛି ବିଶ୍ବକପର ନୂଆ ଇତିହାସ । ଅଭୂତପୂର୍ବ ଉତ୍କଣ୍ଠା, ଅବିଶ୍ବସନୀୟ ରୋମାଞ୍ଚ ଓ ନାଟକୀୟ ଉତଥାନ-ପତନ ଭିତରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହୋଇଛି ବିଶ୍ବବିଜେତା । ବିଶ୍ବକପ୍ ଆରମ୍ଭ ହେବାର ୪୪ ବର୍ଷ ପରେ ନିଜ ଘରୋଇ ମାଟିରେ ହିଁ ଇଂଲଣ୍ଡର ଭାଗ୍ୟ ଫିଟିଛି ଏବଂ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଡବଲ୍ ‘ଟାଇ’ ପରେ ହୋଇଛି ମ୍ୟାଚର ଫଇସଲା । ଆଉ ହୃତସ୍ପନ୍ଦନ ବନ୍ଦ ହେଲା ଭଳି ଫାଇନାଲ୍ ଲଢ଼େଇ ପାଇଁ ବିଶ୍ବକପର ଚଳିତ ସଂସ୍କରଣ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଛି । ତୀବ୍ର ସଂଘର୍ଷ ସହ ସୁପରଓଭର ଏବଂ ଯୁଗଳ ‘ଟାଇ’ ପାଇଁ ବିଶ୍ବକପ୍ ଇତିହାସରେ ଯୋଡ଼ି ହୋଇଛି ନୂଆ ଓ ସୁନେଲି ଫର୍ଦ ।

ତେବେ ଫାଇନାଲ ମ୍ୟାଚରେ ବୀରତ୍ବପୂର୍ଣ୍ଣ ବ୍ୟାଟିଂ କରି ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ‘ପ୍ଲେୟର୍ ଅଫ୍ ଦି ଫାଇନାଲ’ ବିବେଚିତ ହୋଇଛନ୍ତି । ତେବେ ପୁରସ୍କାର ବିତରଣ ସମୟରେ ସଚିନ ତେନ୍ଦୁଲକର ଷ୍ଟୋକ୍ସଙ୍କୁ ଏହି ପୁରସ୍କାର ଦେଇଥିଲେ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ‘ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ହୋଇଛନ୍ତି ।