ଓଲିଉଡର ପାଗଳପେମୀ ସବ୍ୟସଚୀ ଦ୍ୱିତୀୟଥର ପାଇଁ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହାପୁର୍ବରୁ ଫିଲ୍ମ ନୀରଜନମ୍ ଲିଡ୍ ରୋଲରେ ନଜର ଆସିଥିଲେ ସବ୍ୟ । ଏଥିରେ ତାଙ୍କ ଅପୋଜିଟରେ ଥିଲେ କରୁଣ୍ୟା ଚୌଧୁରୀ । ତେବେ ଏହାପରେ ସବ୍ୟସଚୀ ଆଉ ଏକ ତେଲୁଗୁ ଫିଲ୍ମ ହାତେଇଛନ୍ତି । ନିକଟରେ ହାଇଦ୍ରାବାଦସ୍ଥିତ ଫିଲ୍ମନଗରର ସାଇ ମନ୍ଦିରଠାରେ ଏହି ଫିଲ୍ମର ଶୁଭ ମୁହୁରତ୍ ଆୟୋଜିତ ହୋଇଛି । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଜୀ. ଋାମ୍ ପ୍ରସାଦ ଓ ପ୍ରଯୋଜନାରେ ଅଛନ୍ତି ବେକାମ୍ ବେଣୁଗୋପାଳ ଓ ଇ. ଶେଷେଗିରି । ତେବେ ଫିଲ୍ମର ଟାଇଟଲ ଏଯାଏ ଜଣା ପଡିନାହିଁ ।
ସାଉଥ ଫିଲ୍ମରେ ସବ୍ୟସଚୀ
/kanak/media/post_attachments/wp-content/uploads/2016/05/mo_ek_1395910255_640x640.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)