କନକ ବ୍ୟୁରୋ: ନିକଟରେ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ବିବାଦରେ ଫଶିଥିବା ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଏବେ ପୁଣିଥରେ ବିବାଦରେ । ଏଥର ବି ଆଉ ଏକ ବିଜ୍ଞାପନକୁ ନେଇ ଟ୍ରୋଲ ହୋଇଛନ୍ତି । ଏଥର ଏକ ଗହଣା ବିଜ୍ଞାପନକୁ ନେଇ ।
ପୁଣି ଥରେ ନିଜର ଜୁଏଲାରୀ କଲେକସନ୍କୁ ନେଇ ତିଆରି କିରଥିବା ବିଜ୍ଞାପନ ପାଇଁ ସେ ୟୁଜର୍ସ ମାନଙ୍କ ଦ୍ୱାରା ଟ୍ରୋଲ ହୋଇଛନ୍ତି । ତାଙ୍କ ବିଚାରଧାରାକୁ ହଟ୍ଟହାସ୍ୟ କରିଛନ୍ତି ୟୁଜର୍ସ । କଥା ହେଉଛି ,ଅଟମ୍ ୱିନଟର ଜୁଏଲେରୀ କଲେକ୍ସନ-୨୦୨୧ର ଅନେକ ପୋଷ୍ଟର ସେୟାର କରାଯାଇଛି, ଯେଉଁଥିରେ ମଡେଲଗୁଡିକ ଶାଢୀ ପିନ୍ଧିଛନ୍ତି। ସେ ତାଙ୍କ ବେକ ଏବଂ କାନରେ ଭାରି ଅଳଙ୍କାର ପିନ୍ଧିଛନ୍ତି । ଗୋଟିଏ ପୋଷ୍ଟରରେ ତିନୋଟି ମଡେଲ ଏବଂ ଅନ୍ୟ ପୋଷ୍ଟରରେ ୬ଟି ମଡେଲ ନଜର ଆସିଛନ୍ତି। କିନ୍ତୁ ତାଙ୍କ ମୁହଁରେ ଟିକେ ବି ଖୁସି ନାହିଁ। ସମସ୍ତେ ଦୁଃଖୀ ମନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତେ ‘ଅନ୍ହାପି’ ଅଛନ୍ତି। ଏହାକୁ ନେଇ ସବ୍ୟସାଚୀଙ୍କୁ ଟ୍ରୋଲ କରାଯାଉଛି। ଟ୍ରୋଲର୍ସ କହିଛନ୍ତି, ଏତେ ଦାମୀ ଅଳଙ୍କାର ପିନ୍ଧିବାର କ’ଣ ଫାଏଦା ଯଦି ସେମାନେ ଖୁସି ନାହାଁନ୍ତି।
All these models need to go on detox diet. Look at those constipated looks n lusterless skin. They all look so unwell.
It's like " Pet kaat-kaat ke" Buying the Sabyasachi. 🤣🤣🤣🤣🤣🤣 pic.twitter.com/s5knRVnN9P— shweta (@CandidShweta) November 27, 2021
ଆଉ କେତେ ଜଣ ୟୁଜର୍ସ ସବ୍ୟସାଚୀଙ୍କୁ ମଡେଲ୍ସମାନେ ଏତେ ଦୁଃଖୀ କାହିଁକି ଅଛନ୍ତି ବୋଲି ପ୍ରଶ୍ନ ପାଚରିଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି, ମଡେଲ୍ ମାନେ ଡିଟକ୍ସ ଡାଏଟ୍ରେ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।
କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ବିବାଦ ଘେରକୁ ଆସିଥିଲେ ସବ୍ୟସାଚୀ। ମଡେଲମାନେ ଲିଙ୍ଗରୀ ପିନ୍ଧି ମଙ୍ଗଳସୂତ୍ର ବିଜ୍ଞାପନରେ ନଜର ଆସିଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ଏକ ପୋଷ୍ଟ ଲେଖି ସେ କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ।