କନକ ବ୍ୟୁରୋ : ଚୌଦ୍ୱାର ଜେଲରେ ରହିବେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା । ବ୍ରହ୍ମପୁର ଜେଲରୁ ତାଙ୍କୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯିବ । ଏନେଇ ଚୌଦ୍ୱାର ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି । ମାଓନେତା ସବ୍ୟସାଚୀ ଅସୁସ୍ଥ ଅଛନ୍ତି ।
ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରାଯାଉଥିଲେ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉ ନାହିଁ । ତେଣୁ ତାଙ୍କର ପରର୍ବତି ଚିକିତ୍ସା କଟକ ବଡ ମେଡିକାଲରେ କରାଯିବ । ତେବେ ଚିକିତ୍ସା ଚାଲିବା ଯାଏଁ ସେ ଚୌଦ୍ୱର ସର୍କଲ ଜେଲରେ ରହିବେ ବୋଲି କହିଛନ୍ତି ଜେଲ ଅଧିକ୍ଷକ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-03-12h17m36s984.png)