ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ଓ ୱାଇଫ୍ ସ୍ୱାପିଙ୍ଗ ମାମଲା ! ସବ୍ୟସାଚୀ ମିଶ୍ରଙ୍କୁ ଗିରଫ କଲା ମହିଳା ଥାନା ପୁଲିସ

35

କନକ ବ୍ୟୁରୋ : ଶିଳ୍ପପତି ତ୍ରୈଲୋକ୍ୟ ନାଥ ମିଶ୍ରଙ୍କ ପୁଅ ଗିରଫ । ନୟାଗଡ ଚିନିକଳ ମାଲିକଙ୍କ ତ୍ରୈଲୋକ୍ୟଙ୍କ ପୁଅ ସବ୍ୟସଚୀ ମିଶ୍ରଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି । ବହୁ ଚର୍ଚ୍ଚିତ ଲୋପାମୁଦ୍ରା ମିଶ୍ର ନିର୍ଯାତନା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏନେଇ ପୁଲିସ କମିସନର ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । ତାଙ୍କୁ ଖାରବରଳ ନଗରରୁ ଗିରଫ କରାଯାଇଛି । ନିର୍ଯାତନା ଓ ୱାଇଫ୍ ସ୍ୱାପିଙ୍ଗ ଅଭିଯୋଗ କରିଥିଲେ ଲୋପାମୁଦ୍ରା ମିଶ୍ର ।

ଲୋପାମୁଦ୍ରାଙ୍କ ଅଭିଯୋଗକୁ ଭିତି କରି ସ୍ୱାମୀ, ଶାଶୂ ଓ ଶ୍ୱଶୂରଙ୍କ ବିରୋଧରେ ଲୁକ ଆଉଟ୍ ନୋଟିସ୍ ଜାରି କରିଥିଲା କମିସନରେଟ ପୁଲିସ । ସ୍ୱାମୀ ସବ୍ୟସାଚୀ ମିଶ୍ର, ଶାଶୂ ଆଶାମଞ୍ଜରୀ ମିଶ୍ର ଓ ଶ୍ୱଶୂର ତ୍ରୈଲୋକ୍ୟନାଥ ମିଶ୍ରଙ୍କୁ ଧରିବା ପାଇଁ ଜୁନ ୨୬ ତାରିଖରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ୱାଇଫ୍ ସପିଙ୍ଗ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଲୋପାମୁଦ୍ରା । ଏହାପରେ ଜୁନ୍ ୧୫ ତାରିଖରେ ହତ୍ୟା ଧମକ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ ଲୋପାମୁଦ୍ରା ।